ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ଡଲାସ ୮ା୬: ଲେଗ୍‌ ସ୍ପିନର ରିସାଦ ହୋସେନ (୩/୨୨)ଙ୍କ ମ୍ୟାଚ୍‌ ବିଜୟୀ ବୋଲିଂ ବଳରେ ବାଂଲାଦେଶ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ଡି’ରେ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ବିପକ୍ଷରେ ୨ଉଇକେଟରେ ରୋମାଞ୍ଚ ବିଜୟ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ଯାଇ ବାଂଲାଦେଶ ୧୨୪/୯ ସ୍କୋରରେ ଶ୍ରୀଲଙ୍କାକୁ ସୀମିତ କରିଦେଇଥିଲା। ରିସାଦଙ୍କ ବ୍ୟତୀତ ଶ୍ରୀଲଙ୍କା ଇନିଂସରେ ବିପର୍ଯ୍ୟୟ ଘଟାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅନ୍ୟ ବୋଲରମାନେ ହେଲେ ପେସ୍‌ ବୋଲର ମୁସ୍ତାଫିଜୁର […] The post ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ appeared first on Dharitri Odia News.

ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ଡଲାସ ୮ା୬: ଲେଗ୍‌ ସ୍ପିନର ରିସାଦ ହୋସେନ (୩/୨୨)ଙ୍କ ମ୍ୟାଚ୍‌ ବିଜୟୀ ବୋଲିଂ ବଳରେ ବାଂଲାଦେଶ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ଡି’ରେ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ବିପକ୍ଷରେ ୨ଉଇକେଟରେ ରୋମାଞ୍ଚ ବିଜୟ ହାସଲ କରିଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ଯାଇ ବାଂଲାଦେଶ ୧୨୪/୯ ସ୍କୋରରେ ଶ୍ରୀଲଙ୍କାକୁ ସୀମିତ କରିଦେଇଥିଲା। ରିସାଦଙ୍କ ବ୍ୟତୀତ ଶ୍ରୀଲଙ୍କା ଇନିଂସରେ ବିପର୍ଯ୍ୟୟ ଘଟାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅନ୍ୟ ବୋଲରମାନେ ହେଲେ ପେସ୍‌ ବୋଲର ମୁସ୍ତାଫିଜୁର ରହମନ (୩/୧୭) ଓ ତସ୍କିନ ଅହମଦ (୨/୨୫)।

ଶ୍ରୀଲଙ୍କା ଦଳର ଟପ୍‌ ସ୍କୋରର ଥିଲେ ଓପନର ପାଥୁମ ନିଶାଙ୍କା। ସେ ୨୮ ବଲ୍‌ରୁ ୪୭ ରନ କରିଥିଲେ। ଦଳର ଏହା ହେଉଛି କ୍ରମାଗତ ଦ୍ୱିତୀୟ ପରାଜୟ। ଫଳରେ ସୁପର-୮ ପାଇଁ ଯୋଗ୍ୟତା ହାସଲ ଦଳ ଲାଗି ବର୍ତ୍ତମାନ କଷ୍ଟସାଧ୍ୟ ହୋଇପଡ଼ିଛି।

ବିଜୟ ଲକ୍ଷ୍ୟ ପିଛା ବେଳେ ତୋହିଦ ହ୍ରିଦୟଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା। ସେ ୪ ଛକା ଓ ଗୋଟି ଚୌକା ସହ ୨୦ ବଲ୍‌ରେ ଗୁରୁତ୍ୱପୂର୍ଣ୍ଣ ୪୦ ରନ ସଂଗ୍ରହ କରିଥିବା ବେଳେ ମହମୁଦୁଲ୍ଲା ୧୩ ବଲ୍‌ରେ ୧୬ ରନ୍‌ କରି ଅପରାଜିତ ରହିଥିଲେ।

ବାଂଲାଦେଶ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଗ୍ରୁପ୍‌ ‘ଡି’ରେ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ ଓ ବାଂଲାଦେଶ ପ୍ରତ୍ୟେକ ୨ ପଏଣ୍ଟ ଲେଖାଏ ଅର୍ଜନ କରିଥିବା ବେଳେ ନେପାଳ ଓ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ସେମାନଙ୍କ ଖାତା ଖୋଲିନାହାନ୍ତି।

The post ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ appeared first on Dharitri Odia News.