ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବିଭାବକ ଅବିଭାବିକା ମାନେ ଉପସ୍ଥିତ ରହି ବିଦ୍ୟାଳୟ, ହଷ୍ଟେଲ ଏବଂ ଛାତ୍ରୀ ଛାତ୍ରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଅନୁଷ୍ଠାନ ଟି ଗତ ୩ ବର୍ଷରୁ ଅଧିକ ଦିନ ହୋଇ ସାରିଥିବା ବେଳେ ଅଦ୍ୟାବଧି ପ୍ରାକ୍ଟିକାଳ ଲବୋରେଟରି […] The post ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ appeared first on Odisha.News.

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବିଭାବକ ଅବିଭାବିକା ମାନେ ଉପସ୍ଥିତ ରହି ବିଦ୍ୟାଳୟ, ହଷ୍ଟେଲ ଏବଂ ଛାତ୍ରୀ ଛାତ୍ରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଅନୁଷ୍ଠାନ ଟି ଗତ ୩ ବର୍ଷରୁ ଅଧିକ ଦିନ ହୋଇ ସାରିଥିବା ବେଳେ ଅଦ୍ୟାବଧି ପ୍ରାକ୍ଟିକାଳ ଲବୋରେଟରି ହୋଇ ନଥିବା ଯୋଗୁଁ ଛାତ୍ରୀ ଛାତ୍ରଙ୍କ ନାନା ସମସ୍ୟା ହେଉଥିବା ନେଇ କେତେକ ଅଭିଭାବକ କ୍ଷୋଭ ପ୍ରକାଶ କରିଥିଲେ। ଖୁବ୍ ଶୀଘ୍ର ଲବରେଟରୀ କୋଠରୀ ନିର୍ମାଣ କରାଯାଉ ବୋଲି ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ଅଧ୍ୟାପିକା ଉପମା ନାଏକ, ସୁନୀତା ବେହେରା, ଅଧ୍ୟାପକ ରାକେଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚଶୀନ ଥିଲେ। ଶେଷରେ ବରିଷ୍ଠ ଅଧ୍ୟାପିକା ସମଲେଶ୍ଵରୀ ତନ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ। କିଶୋର ନାଏକ, ବିଜୟ ଭୋଇ ଏବଂ ଲଳିତ ମହାକୁଲ୍ ପ୍ରମୁଖ ଚତୁର୍ଥ କର୍ମଚାରୀ ସହଯୋଗ କରିଥିଲେ।

The post ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବିଭାବକ ଆମ ଅଂଶୀଦାର ବୈଠକ appeared first on Odisha.News.