ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ଏନଡିଏ ୪ଶହ ସିଟରେ ହେବ ବିଜୟୀ

ଭୁବନେଶ୍ୱର : ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏବେ ଯେଭଳି ପରିଶ୍ରମ କରୁଛନ୍ତି ସେମାନେ ଦୀର୍ଘ ଦିନ ବିରୋଧୀ ଦଳ ଭାବେ ରହିବେ ବୋଲି ସ୍ଥିର କରିଛନ୍ତି । ନିଜର ଦାୟିତ୍ବ ନିର୍ବାହ କରିବାରେ ବିରୋଧୀ ଦଳ ବିଫଳ । ଦେଶ ସବୁବେଳେ ଏକ ଶକ୍ତ […] The post ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ଏନଡିଏ ୪ଶହ ସିଟରେ ହେବ ବିଜୟୀ appeared first on KNews Odisha.

ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ଏନଡିଏ ୪ଶହ ସିଟରେ ହେବ ବିଜୟୀ
pm modi

ଭୁବନେଶ୍ୱର : ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏବେ ଯେଭଳି ପରିଶ୍ରମ କରୁଛନ୍ତି ସେମାନେ ଦୀର୍ଘ ଦିନ ବିରୋଧୀ ଦଳ ଭାବେ ରହିବେ ବୋଲି ସ୍ଥିର କରିଛନ୍ତି । ନିଜର ଦାୟିତ୍ବ ନିର୍ବାହ କରିବାରେ ବିରୋଧୀ ଦଳ ବିଫଳ । ଦେଶ ସବୁବେଳେ ଏକ ଶକ୍ତ ବିରୋଧୀ ଦଳ ଆବଶ୍ୟକ କରିଥାଏ।

ସେହିପରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଗୋଟିଏ ଉତ୍ପାଦକୁ ବାରମ୍ବାର ଲଞ୍ଚ କରିବାକୁ ଯାଇ କଂଗ୍ରେସର ଦୋକାନରେ ତାଲା ଲଗାଇବା ସମୟ ଆସିଗଲାଣି । କଂଗ୍ରେସର ମାନସିକତାରୁ ଦେଶ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ତୃତୀୟ ଥର ପୂର୍ଣ୍ଣ ବହୁମତ ସହ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି । ସେ କହିଛନ୍ତି, ନିର୍ବାଚନକୁ ଆଉ ମାତ୍ର ଶହେରୁ୧୨୫ଦିନ ରହିଛି। ଦେଶର ମୁଡ ଯେଭଳି ଅଛି ଏନଡିଏ ୪ଶହ ସିଟରେ ବିଜୟୀ ହେବ। ବିଜେପି ନିଶ୍ଚିତ ଭାବେ ୩୭୦ ଆସନ ଜିତିବ । ତୃତୀୟ ପାଳିରେ ବୃହତ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

The post ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ଏନଡିଏ ୪ଶହ ସିଟରେ ହେବ ବିଜୟୀ appeared first on KNews Odisha.