ସଚିନଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ, ଅଶ୍ଵିନ-ସରଫରାଜଙ୍କୁ ବିସିସିଆଇ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରିଛି। ଏଥିସହ ଦଳର ଯୁବ ବ୍ୟାଟର ସରଫରାଜ ଖାନ ଓ ପୂର୍ବତନ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ମଧ୍ୟ ପୁରସ୍କାର ଦେଇ ସମ୍ମାନିତ କରିଛି। ଅଶ୍ଵିନଙ୍କୁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ଆଓ୍ଵାର୍ଡ ମିଳିଥିବା ବେଳେ ସରଫରାଜ ଖାନଙ୍କୁ ଦମଦାର ପଦାର୍ପଣ ପାଇଁ ସମ୍ମାନିତ କରାଯାଇଛି।ସଚିନ ତେନ୍ଦୁଲକର ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ପକ୍ଷରୁ ‘କର୍ଣ୍ଣେଲ ସିକେ ନାଇଡୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଛି। ତେନ୍ଦୁଲକର ଭାରତ ପାଇଁ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସଚିନ ୧୫ ହଜାର ୯୨୧ ରନ,  ଦିନିକିଆରେ ୧୮ ହଜାର ୪୨୬ ରନ ଓ ଏକ ମାତ୍ର ଟି-୨୦ରୁ ୧୦ ରନ କରିଛନ୍ତି। ଏହା ବ୍ୟତୀତ ବୋଲିଂରେ ସେ ଟେଷ୍ଟରେ ୪୬ ଓ ଦିନିକିଆରେ ୧୫୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।ରବିଚନ୍ଦ୍ରନ ଅଶ୍ଵିନଟିମ୍ ଇଣ୍ଡିଆର ପୂର୍ବତନ ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବିସିସିଆଇ ପକ୍ଷରୁ ‘ବିସିସିଆଇ ସ୍ପେଶାଲ ଆଓ୍ଵାର୍ଡ’ରେ ପୁରସ୍କୃତ କରାଯାଇଛି।ସୂଚନାଯୋଗ୍ୟ, ଅଶ୍ଵିନ ୨୦୨୪-୨୫ ଅଷ୍ଟ୍ରେଲିଆ ଗସ୍ତରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅନ୍ତର୍ଜାତୀୟ କ୍

ସଚିନଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ, ଅଶ୍ଵିନ-ସରଫରାଜଙ୍କୁ ବିସିସିଆଇ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରିଛି। ଏଥିସହ ଦଳର ଯୁବ ବ୍ୟାଟର ସରଫରାଜ ଖାନ ଓ ପୂର୍ବତନ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ମଧ୍ୟ ପୁରସ୍କାର ଦେଇ ସମ୍ମାନିତ କରିଛି। ଅଶ୍ଵିନଙ୍କୁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ଆଓ୍ଵାର୍ଡ ମିଳିଥିବା ବେଳେ ସରଫରାଜ ଖାନଙ୍କୁ ଦମଦାର ପଦାର୍ପଣ ପାଇଁ ସମ୍ମାନିତ କରାଯାଇଛି।

ସଚିନ ତେନ୍ଦୁଲକର

ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ପକ୍ଷରୁ ‘କର୍ଣ୍ଣେଲ ସିକେ ନାଇଡୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଛି। ତେନ୍ଦୁଲକର ଭାରତ ପାଇଁ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସଚିନ ୧୫ ହଜାର ୯୨୧ ରନ,  ଦିନିକିଆରେ ୧୮ ହଜାର ୪୨୬ ରନ ଓ ଏକ ମାତ୍ର ଟି-୨୦ରୁ ୧୦ ରନ କରିଛନ୍ତି। ଏହା ବ୍ୟତୀତ ବୋଲିଂରେ ସେ ଟେଷ୍ଟରେ ୪୬ ଓ ଦିନିକିଆରେ ୧୫୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

ରବିଚନ୍ଦ୍ରନ ଅଶ୍ଵିନ

ଟିମ୍ ଇଣ୍ଡିଆର ପୂର୍ବତନ ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବିସିସିଆଇ ପକ୍ଷରୁ ‘ବିସିସିଆଇ ସ୍ପେଶାଲ ଆଓ୍ଵାର୍ଡ’ରେ ପୁରସ୍କୃତ କରାଯାଇଛି।ସୂଚନାଯୋଗ୍ୟ, ଅଶ୍ଵିନ ୨୦୨୪-୨୫ ଅଷ୍ଟ୍ରେଲିଆ ଗସ୍ତରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତୀୟ ସ୍ପିନର ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୬ ଟେଷ୍ଟ, ୧୧୬ ଦିନିକିଆ ଓ ୬୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। 

ସରଫରାଜ ଖାନ

ଭାରତୀୟ ଦଳର ଉଦୀୟମାନ ତାରକା ବ୍ୟାଟର ସରଫରାଜ ଖାନଙ୍କୁ ବିସିସିଆଇ ପକ୍ଷରୁ ‘ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ’ର ଆଓ୍ଵାର୍ଡ ମିଳିଛି। ସରଫରାଜ ଖାନ ୨୦୨୪ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳି ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। କ୍ୟାରିୟରର ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ସରଫରାଜ କ୍ରମଶଃ ୬୨ ଓ ଅପରାଜି ୬୮ ରନ କରିଥିଲେ। ସରଫରାଜ ଟିମ୍ ଇଣ୍ଡିଆ ପାଇଁ ୬ଟି ଟେଷ୍ଟ ଖେଳି ୩୭.୧୦ ହାରରେ ୩୭୧ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ।