ଜଗନ୍ନାଥ ‘ଧାମ’ କେବଳ ପୁରୀରେ,ଆଉ ସବୁଠି ଜଗନ୍ନାଥ ମନ୍ଦିର – ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ

ଭୁବନେଶ୍ୱର : ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ । ଜଗନ୍ନାଥ ମନ୍ଦିର ସବୁଠାରେ ପ୍ରତିଷ୍ଠା କରାଯାଇପାରିବ,କିନ୍ତୁ […]

ଜଗନ୍ନାଥ ‘ଧାମ’ କେବଳ ପୁରୀରେ,ଆଉ ସବୁଠି ଜଗନ୍ନାଥ ମନ୍ଦିର – ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ
ଜଗନ୍ନାଥ 'ଧାମ' କେବଳ ପୁରୀରେ,ଆଉ ସବୁଠି ଜଗନ୍ନାଥ ମନ୍ଦିର - ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ

ଭୁବନେଶ୍ୱର : ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ । ଜଗନ୍ନାଥ ମନ୍ଦିର ସବୁଠାରେ ପ୍ରତିଷ୍ଠା କରାଯାଇପାରିବ,କିନ୍ତୁ ସେଥିରେ ଧାମ ଶବ୍ଧ ବ୍ୟବହାର କରିବା ଉଚିତ ନୁହେଁ । ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି । ଜଗନ୍ନାଥ ଧାମ କେବଳ ଗୋଟିଏ ପୁରୀ ହିଁ ଅଟେ । ଏହାକୁ ନେଇ ବିବାଦ ସୃଷ୍ଟି କରିବା କଥା ନୁହେଁ । ଭଗବାନ ସର୍ବବ୍ୟାପୀ, ତେଣୁ ସବୁଠାରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରାଯାଉ ଏବଂ ପୂଜାର୍ଚ୍ଚନା କରାଯାଉ , ତାହାକୁ ଅଭିନନ୍ଦନ କରାଯିବ । କିନ୍ତୁ ତାହାକୁ ଧାମ କରିବା ଉଚିତ ନୁହେଁ । ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ଯେପରି ଦିଲ୍ଲୀରେ ମଧ୍ୟ କେଦାରନାଥ ଧାମ ନିର୍ମାଣ କରାଯାଉଥିଲା ଏହା ଜଣା ପଡିବା ପରେ ତାହାକୁ ରୋକା ଯାଇଥିଲା ।

ସେହିପରି ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଆଜି ଜଗନ୍ନାଥ ଧାମ କଲେ ,ଆଗକୁ ଓଡ଼ିଶାକୁ ପଶ୍ଚିମବଙ୍ଗରେ ମିଶାଇ ଦେବେ । ଓଡ଼ିଶା ତା’ ଜାଗାରେ ରହିବ, ଜଗନ୍ନାଥ ଧାମ ପୁରୀରେ ରହିବ । ତେଣୁ ଧାମ ଶବ୍ଦକୁ ହଟାଇବା ଦରକାର ।

ଅନ୍ୟପଟେ,ପଶ୍ଚିମବଙ୍ଗ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ମଙ୍ଗଳବାର ସକାଳୁ ଦୀଘା ଜଗନ୍ନାଥ ମନ୍ଦିରରେ ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ହୋର୍ଡିଂ କଢା ଯାଇଥିବାବେଳେ, ରାତାରାତି ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ । ଯେଉଁଠି ସ୍ପଷ୍ଟ ଭାବରେ ବଡ ବଡ ଅକ୍ଷରରେ ‘ଜଗନ୍ନାଥ ଧାମ୍’ ବୋଲି ଲେଖାଯାଇଛି । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ସୋଲ ଏବଂ କାର୍ଡବୋର୍ଡ ରେ ହୋର୍ଡିଂ ଲଗାଯାଇଥିବାବେଳେ ତାକୁ କଢାଯାଇ ପଥରରେ ସ୍ଥାୟୀ ହୋର୍ଡିଂ ଲଗାଯାଇଛି । ଖାଲି ସେତିକିନୁହେଁ ୱେବ୍ ସାଇଟ୍ ଏବଂ ଗୁଗୁଲ ମ୍ୟାପରେ ମଧ୍ୟ ଜଗନ୍ନାଥ ଧାମ୍ ଦୀଘା ବୋଲି ଲେଖାଯାଇଛି । ଏହାସହ ୱେବସାଇଟ୍ ରେ ଆଉ ଏକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି ଯେ ମହାପ୍ରଭୁଙ୍କ ସ୍ଥାନ ଭୂଲ୍ ଚିତ୍ରିତ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।