୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକା: ଶୀର୍ଷ ୧୦ ରେ ଯୋଗୀ, କେଉଁଠି ମୋଦି?

ନୂଆଦିଲ୍ଲୀ ୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟ ନାଥଙ୍କ ପତିଆରା ଲଗାତାର ବଢିବାରେ ଲାଗିଛି। ତାଙ୍କ ପ୍ରଭାବ କେତେ ବଢୁଛି ତାହା ଏ କଥାରୁ ଆକଳନ କରାଯାଇ ପାରେ ଯେ ତାଙ୍କୁ ଦେଶର ସବୁଠୁ ପାୱାରଫୁଲ ଭାରତୀୟଙ୍କ ସୂଚୀର ଶୀର୍ଷ ୧୦ରେ ସ୍ଥାନ ମିଳିଛି। ଖାସ କଥା ଯାହା ତାହା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ତାଲିକାରେ ନିଜ ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ‘ଇଣ୍ଡିଆନ ଏକ୍ସପ୍ରେସ୍’  ପ୍ରତି ବର୍ଷ ଦେଶର ୧୦୦ ପାୱାରଫୁଲ ଲୋକଙ୍କ ସୂଚୀ ଜାରି କରେ। ଚଳିତବର୍ଷ ଜାରି ସୂଚୀର ଶୀର୍ଷ ୧୦ ସ୍ଥାନରୁ ଷଷ୍ଠ ସ୍ଥାନରେ ଅଛନ୍ତି ଯୋଗୀ। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଶର ୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ରଖିବାର କାରଣ ମଧ୍ୟ ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟରେ ପୁଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ରିପୋର୍ଟରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟ ନାଥ ଏବେ ‘ବ୍ରାଣ୍ଡ’ ରେ ପରିଣତ ହୋଇଛନ୍ତି। କାର୍ଯ୍ୟବାହକ ଭାବେ ତାଙ୍କ କଠୋର ନୀତିକୁ ନା କେଳ ବିଜେପି ମୁଖ୍ୟମନ୍ତ୍ରୀମାନେ ନକଲ କରୁଛନ୍ତି ବରଂ ବିପ

୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକା: ଶୀର୍ଷ ୧୦ ରେ ଯୋଗୀ, କେଉଁଠି ମୋଦି?

ନୂଆଦିଲ୍ଲୀ ୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟ ନାଥଙ୍କ ପତିଆରା ଲଗାତାର ବଢିବାରେ ଲାଗିଛି। ତାଙ୍କ ପ୍ରଭାବ କେତେ ବଢୁଛି ତାହା ଏ କଥାରୁ ଆକଳନ କରାଯାଇ ପାରେ ଯେ ତାଙ୍କୁ ଦେଶର ସବୁଠୁ ପାୱାରଫୁଲ ଭାରତୀୟଙ୍କ ସୂଚୀର ଶୀର୍ଷ ୧୦ରେ ସ୍ଥାନ ମିଳିଛି। ଖାସ କଥା ଯାହା ତାହା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ତାଲିକାରେ ନିଜ ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ‘ଇଣ୍ଡିଆନ ଏକ୍ସପ୍ରେସ୍’  ପ୍ରତି ବର୍ଷ ଦେଶର ୧୦୦ ପାୱାରଫୁଲ ଲୋକଙ୍କ ସୂଚୀ ଜାରି କରେ। ଚଳିତବର୍ଷ ଜାରି ସୂଚୀର ଶୀର୍ଷ ୧୦ ସ୍ଥାନରୁ ଷଷ୍ଠ ସ୍ଥାନରେ ଅଛନ୍ତି ଯୋଗୀ। 

ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଶର ୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ରଖିବାର କାରଣ ମଧ୍ୟ ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟରେ ପୁଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ରିପୋର୍ଟରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟ ନାଥ ଏବେ ‘ବ୍ରାଣ୍ଡ’ ରେ ପରିଣତ ହୋଇଛନ୍ତି। କାର୍ଯ୍ୟବାହକ ଭାବେ ତାଙ୍କ କଠୋର ନୀତିକୁ ନା କେଳ ବିଜେପି ମୁଖ୍ୟମନ୍ତ୍ରୀମାନେ ନକଲ କରୁଛନ୍ତି ବରଂ ବିପକ୍ଷ ଦଳର ନେତା ମଧ୍ୟ ତାଙ୍କୁ ଅନୁକରଣ କରୁଛନ୍ତି। 

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଯୋଗୀ ଆଦିତ୍ୟ ନାଥଙ୍କ ଛବି ଏବେ ଜଣେ କଠୋର ପ୍ରଶାସକ ଭାବେ ଉଭା ହୋଇଛି। ତାଙ୍କ କାର୍ଯ୍ୟଶୈଳୀର ସବୁଠୁ ବଡ ଖାସ କଥା ଯାହା ତାହା ହେଉଛି ସେ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତିନି ଓ ବିନା କୌଣସି ଚାପରେ କଠୋର ନିଷ୍ପତ୍ତି ନିଅନ୍ତି। ଏହି ଛବି ହିଁ ତାଙ୍କୁ ବିଜେପିର ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ଜଣେ କରିଛି।  ଏହି କାରଣରୁ ନିର୍ବାଚନ ହେଉଥିବା ରାଜ୍ୟରେ ତାଙ୍କର ଢେର ଚାହିଦା ରହିଛି। 

ମୁଖ୍ୟମନ୍ତ୍ରୀ ଯୋଗୀ ସକାଳେ ଖୁବ୍ ଶୀଘ୍ର ନିଦରୁ ଉଠି ଯାଆନ୍ତି ଓ ଅଧିକାରୀମାନେ ଆସିବା ପୂର୍ବରୁ ଗୁଡେ ଖବର କାଗଜ ପଢନ୍ତି। ଏଣୁ ରାଜ୍ୟର ଅନେକ ଛୋଟବଡ଼ ଘଟଣା ସମ୍ପର୍କରେ ସେ ଅବଗତ ଥାଆନ୍ତି ଓ ସେ ତତ୍କାଳ ଆକ୍ସନ ମୋଡକୁ ଆସି ପାରନ୍ତି। ଏହା ଦ୍ୱାରା ପ୍ରଶାସନ ଉପରେ ତାଙ୍କର ମଜଭୁତ ନିୟନ୍ତ୍ରଣ ଥାଏ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ତାଙ୍କ ବୁଲଡୋଜର ନ୍ୟାୟ ଏକ ଭିନ୍ନ ପରିଚୟ ଦେଇଛି। ତାଙ୍କର ଏହି ନୀତିକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଆପଣେଇଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ଯୋଗୀ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରିଥିଲେ, ଯାହା ଏବେ ଦେଶରେ ଏକ ମଡେଲରେ ପରିଣତ ହୋଇଛି। 

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରାଜନୈତିକ ନିୟନ୍ତ୍ରଣ କେବଳ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସୀମିତ ନାହିଁ, ଜାତୀୟ ରାଜନୀତିରେ ତାଙ୍କ ପ୍ରଭାବ ଲଗାତାର ବଢିବାରେ ଲାଗିଛି। ନିକଟରେ ହୋଇଥିବା ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯୋଗୀଙ୍କ ଢେର ଚାହିଦା ଥିଲା। ଏଥିରେ ୟୁପିରେ ହୋଇଥିବା ଉପନିର୍ବାଚନରେ ବିଜେପି ୯ରୁ ୭ଟି ଆସନ ଜିତିଛି। ଏପରିକି ସମାଜବାଦୀ ପାର୍ଟିର ଗଡକୁ ବି ଯୋଗୀଙ୍କ ପ୍ରାର୍ଥୀ ଜିତିନେଇଛନ୍ତି।