ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ…

ଜୟପୁର,୩୦।୧ : ରାଜସ୍ଥାନର ଅଲୱାରରୁ ବଡ ଖବର ଆସୁଛି। କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିଂଙ୍କ ବୋହୂଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡି ଡିଭାଇଡରକୁ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ପୂର୍ବତନ ଏମପି ମାନବେନ୍ଦ୍ର ସିଂ ଜୟସ୍ବାଲଙ୍କ ସମେତ ତିନିଜଣ ବ୍ୟକ୍ତି କାରରେ ଯାତ୍ରା କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ମାନବେନ୍ଦ୍ରଙ୍କ ସ୍ତ୍ରୀ ଚିତ୍ରା ସିଂଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ […] The post ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ… appeared first on Dharitri Odia News.

ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ…

ଜୟପୁର,୩୦।୧ : ରାଜସ୍ଥାନର ଅଲୱାରରୁ ବଡ ଖବର ଆସୁଛି। କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିଂଙ୍କ ବୋହୂଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡି ଡିଭାଇଡରକୁ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ପୂର୍ବତନ ଏମପି ମାନବେନ୍ଦ୍ର ସିଂ ଜୟସ୍ବାଲଙ୍କ ସମେତ ତିନିଜଣ ବ୍ୟକ୍ତି କାରରେ ଯାତ୍ରା କରୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ମାନବେନ୍ଦ୍ରଙ୍କ ସ୍ତ୍ରୀ ଚିତ୍ରା ସିଂଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ମାନବେନ୍ଦ୍ର ସିଂ ବାଡମେର ଏମପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ସେ କଂଗ୍ରେସ ପାର୍ଟି ସହ ଜଡିତ।

କୁହାଯାଉଛି ହରିୟାଣା ସୀମାରେ ଥିବା ନାଉଗାଓଁ ନିକଟ ଖୁସପୁରୀରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମାନବେନ୍ଦ୍ର ଏବଂ ତାଙ୍କ ପୁଅ ହମିର ସିଂ ଆହତ ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଉଭୟ ଅଲୱାରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିତ୍ରା ସିଂ ମଧ୍ୟ ରାଜନୀତିରେ ଜଡିତ ଥିଲେ। ସେ ଚିତ୍ତୋରଗଡର ଭୈସରାଗଡ ରାଜ ପରିବାରର ଥିଲେ।

 

The post ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ… appeared first on Dharitri Odia News.