ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video
ବମ୍ବେ: କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ମତ ରଖୁଛନ୍ତି। ଆମେ କହୁଛୁ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ। ଦୀର୍ଘଦିନ ଧରି ଉଭୟ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟି ଆସୁଛି। ହେଲେ ଏବେ ଦୁହିଁଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସବୁକିଛି ଭୁଲ ବୋଲି […] The post ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video appeared first on Dharitri Odia News.
ବମ୍ବେ: କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ମତ ରଖୁଛନ୍ତି। ଆମେ କହୁଛୁ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ। ଦୀର୍ଘଦିନ ଧରି ଉଭୟ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟି ଆସୁଛି। ହେଲେ ଏବେ ଦୁହିଁଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସବୁକିଛି ଭୁଲ ବୋଲି ସ୍ପଷ୍ଟ ହେଉଛି।
ଗୁରୁବାର ଅପରାହ୍ନରେ ଅଭିଷେକ-ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ବାର୍ଷିକ ଉତ୍ସବ ଲାଗି ପହଞ୍ଚିଥିଲେ। ସେମାନଙ୍କ ସହ ବିଗ୍ ବି ଅମିତାଭ ମଧ୍ୟ ଥିଲେ। ଏହାର ଭିଡିଓ ଏବଂ ଫଟୋ ବେଶ ଭାଇରାଲ ହେଉଛି।
ଐଶ୍ୱର୍ଯ୍ୟାଙ୍କ ସହ ଅଭିଷେକ ସ୍କୁଲ ପରିସରକୁ ଏଣ୍ଟ୍ରି କରୁଥିବା ସମୟରେ ଅଭିନେତ୍ରୀଙ୍କ ଓଢ଼ଣୀ ତଳେ ଲାଗୁଥିବା ନଜର ଆସୁଛି। ଏହା ଦେଖି ଅଭିଷେକ ତାଙ୍କ ଓଢ଼ଣୀ ସମ୍ଭାଳିଥିଲେ। ଏହାକୁ ବେଶ ପସନ୍ଦ କରାଯାଉଛି।
ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଏକାଠି ନଜର ଆସିଛନ୍ତି। ପୂର୍ବରୁ ଦୁହେଁ ମୁମ୍ବାଇରେ ଏକ ବିବାହରେ ନଜର ଆସିଥିଲେ। ଏହାର ଅନେକ ଫଟୋ ଭାଇରାଲ ହୋଇଥିଲା।
The post ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video appeared first on Dharitri Odia News.