ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ
ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା ଅନ୍ୟ ଦୁଇଜଣ ଛାତ୍ରଙ୍କଠାରୁ ଖବରପାଇ ସଦର ଥାନା ପୋଲିସ ଓ ବନବିଭାଗ ପକ୍ଷରୁ ଛାତ୍ରମାନଙ୍କୁ ଜଙ୍ଗଲ ମଧ୍ୟରେ ଖୋଜା ଜାରି ରହିଛି। ଘଟଣାରୁ ଜଣାପଡିଛି, ରବିବାର କଟକ ଲିଙ୍କ୍ ରୋଡ ଅଞ୍ଚଳରୁ ୭ଜଣ ଛାତ୍ର ସପ୍ତଶଯ୍ୟା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ସପ୍ତଶଯ୍ୟା ଜଙ୍ଗଲ ମଧ୍ୟରେ ବୁଲିବା ଭିତରେ […] The post ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ appeared first on Dharitri Odia News.
ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା ଅନ୍ୟ ଦୁଇଜଣ ଛାତ୍ରଙ୍କଠାରୁ ଖବରପାଇ ସଦର ଥାନା ପୋଲିସ ଓ ବନବିଭାଗ ପକ୍ଷରୁ ଛାତ୍ରମାନଙ୍କୁ ଜଙ୍ଗଲ ମଧ୍ୟରେ ଖୋଜା ଜାରି ରହିଛି। ଘଟଣାରୁ ଜଣାପଡିଛି, ରବିବାର କଟକ ଲିଙ୍କ୍ ରୋଡ ଅଞ୍ଚଳରୁ ୭ଜଣ ଛାତ୍ର ସପ୍ତଶଯ୍ୟା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ସପ୍ତଶଯ୍ୟା ଜଙ୍ଗଲ ମଧ୍ୟରେ ବୁଲିବା ଭିତରେ ଜଙ୍ଗଲ ମଧ୍ୟରେ ଅଧିକ ଦୂରବାଟ ପଳାଇ ଯାଇଥିବାବେଳେ ସା ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳି ପାରିନାହିଁ। ଉକ୍ତ ଛାତ୍ରମାନଙ୍କ ସହଯୋଗୀଙ୍କଠାରୁ ଖବରପାଇ ସଦର ଥାନା ପୋଲିସ, ଗୋବିନ୍ଦପୁର ଫାଣ୍ଡି ପୋଲିସ ଏବଂ ବନବିଭାଗର ୩ଟି ଦଳ ଜଙ୍ଗଲ ମଧ୍ୟରେ ଛାତ୍ରମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି, ଜଙ୍ଗଲରେ ବୁଲୁଥିବାବେଳେ ଉକ୍ତ ଛାତ୍ରମାନେ ବେଶୀ ଦୂରକୁ ପଳାଇଥିବା ସନ୍ଦେହ କରାଯାଉଛି। ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଜାରି ରହିଛି। ଏ ସଂକ୍ରାନ୍ତରେ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ପିଲାମାନେ ରହିଥିବା ସ୍ଥାନକୁ ବନ ବିଭାଗ କର୍ମଚାରୀ ଓ ପୋଲିସ ଠାବ କରି ସାରିଲେଣି। ସେମାନଙ୍କ ପାଖରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
The post ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ appeared first on Dharitri Odia News.