କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ । ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ ରାଇଡର୍ସ ଦ୍ରାବିଡଙ୍କ ସହ ଯୋଗାଯୋଗ କରିଛି। କେକେଆର ଦ୍ରାବିଡଙ୍କୁ ମେଣ୍ଟର ପଦ ଦେବାକୁ ଚାହୁଁଛି। ଗୌତମ ଗମ୍ଭୀରଙ୍କ ବିଷୟରେ ଆଲୋଚନା ହେଉଛି ଯେ ସେ ଟିମ […] The post କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା appeared first on Dharitri Odia News.

କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ  କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ । ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ ରାଇଡର୍ସ ଦ୍ରାବିଡଙ୍କ ସହ ଯୋଗାଯୋଗ କରିଛି। କେକେଆର ଦ୍ରାବିଡଙ୍କୁ ମେଣ୍ଟର ପଦ ଦେବାକୁ ଚାହୁଁଛି। ଗୌତମ ଗମ୍ଭୀରଙ୍କ ବିଷୟରେ ଆଲୋଚନା ହେଉଛି ଯେ ସେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ତେଣୁ ତାଙ୍କ ସ୍ଥାନ ଖାଲି ହେବାକୁ ଯାଉଛି।

ଖବର ଅନୁଯାୟୀ, କେକେଆର ଦ୍ରାବିଡଙ୍କୁ ପ୍ରସ୍ତାବ ଦେଇଛି। ଦଳ ଦ୍ରାବିଡଙ୍କୁ ମେଣ୍ଟର କରିବାକୁ ଚାହୁଁଛି। ବାସ୍ତବରେ ଚୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାର ଖବର ରହିଛି। ଯଦି ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୁଅନ୍ତି, ତେବେ କେକେଆରରେ ତାଙ୍କର ସ୍ଥାନ ଖାଲି ହୋଇଯିବ। ତେଣୁ କେକେଆର ତାଙ୍କ ସ୍ଥାନରେ ଦଳରେ ଜଣେ ଭେଟେରାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି।

The post କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା appeared first on Dharitri Odia News.