ସଫାରୀ ବସ୍ ଉପରକୁ ଡେଇଁଲା ଚିତାବାଘ, ଆତଙ୍କିତ ଅବସ୍ଥାରେ ପର୍ଯ୍ୟଟକ

ବସ୍ ଭିତରେ ଥାଇ ପର୍ଯ୍ୟଟକ ମାନେ ବେଙ୍ଗାଲୁରୁ ବାନରଘଟ ଜାତୀୟ ଉଦ୍ୟାନର ଦୃଶ୍ୟର ଭରପୂର ମଜା ନେଉଥିଲେ । କିଏ ବସ୍ ଭିତରେ ବସି ମୋବାଇଲ୍ ରେ ଉଦ୍ୟାନର ଭିଡିଓ କରୁଥିଲା ତ କିଏ ଗୋଟି ଗୋଟି କରି ପଶୁ ପକ୍ଷୀ ମାନଙ୍କୁ ଗଣୁଥିଲେ । ଆଉ କିଏ ଝରକା ଫାଙ୍କରେ ଉଦ୍ୟାନର ସୁନ୍ଦର ପରିବେଶକୁ ମନ ଭରି ଉପଭୋଗ କରୁଥିଲେ । କିନ୍ତୁ ସେହି ସମୟରେ ତାଙ୍କ ସହ ଘଟିଗଲା ଏପରି କିଛି ଯାହା ତାଙ୍କୁ […] The post ସଫାରୀ ବସ୍ ଉପରକୁ ଡେଇଁଲା ଚିତାବାଘ, ଆତଙ୍କିତ ଅବସ୍ଥାରେ ପର୍ଯ୍ୟଟକ appeared first on KNews Odisha.

ସଫାରୀ ବସ୍ ଉପରକୁ ଡେଇଁଲା ଚିତାବାଘ, ଆତଙ୍କିତ ଅବସ୍ଥାରେ ପର୍ଯ୍ୟଟକ

ବସ୍ ଭିତରେ ଥାଇ ପର୍ଯ୍ୟଟକ ମାନେ ବେଙ୍ଗାଲୁରୁ ବାନରଘଟ ଜାତୀୟ ଉଦ୍ୟାନର ଦୃଶ୍ୟର ଭରପୂର ମଜା ନେଉଥିଲେ । କିଏ ବସ୍ ଭିତରେ ବସି ମୋବାଇଲ୍ ରେ ଉଦ୍ୟାନର ଭିଡିଓ କରୁଥିଲା ତ କିଏ ଗୋଟି ଗୋଟି କରି ପଶୁ ପକ୍ଷୀ ମାନଙ୍କୁ ଗଣୁଥିଲେ । ଆଉ କିଏ ଝରକା ଫାଙ୍କରେ ଉଦ୍ୟାନର ସୁନ୍ଦର ପରିବେଶକୁ ମନ ଭରି ଉପଭୋଗ କରୁଥିଲେ । କିନ୍ତୁ ସେହି ସମୟରେ ତାଙ୍କ ସହ ଘଟିଗଲା ଏପରି କିଛି ଯାହା ତାଙ୍କୁ ଭୟଭୀତ କରିଥିଲା । କୁନି ପିଲାଠୁ ଆରମ୍ଭ କରି ଉଦ୍ୟାନରେ ପଶୁ ପକ୍ଷୀଙ୍କୁ ଦେଖି ଖୁସି ହେଥିଲେ ଠିକ୍ ଏତିକି ବେଳେ ଗୋଟିଏ ଚିତାବାଘ ସଫାରୀ ବସ୍ ଉପରକୁ ଡେଇଁଲା । ଏହା ଦେଖି ଭୟରେ ଥରିଲେ ପର୍ଯ୍ୟଟକ ।

ଏଇ ଦେଖୁ ନାହାଁନ୍ତି କିପରି ବାଘଟି ବସ୍ କଡ଼ରେ ବୁଲିବା ସହ ପର୍ଯ୍ୟଟକଙ୍କ ଆଡ଼କୁ ଘୁରି ଘୁରି ଚାହୁଁଛି । ଆଉ ଏତେ ପର୍ଯ୍ୟଟକଙ୍କୁ ଦେଖି ଭୟଭୀତ ନ ହୋଇ ଶିକାର ପାଇଁ ପାଖକୁ ଧାଇଁ ଯାଉଛି । ଏପଟେ ବାଘକୁ ଦେଖି କିପରି ଜୀବନ ବଞ୍ଚାଇବେ ବୋଲି ଆଶଙ୍କାରେ ପର୍ଯ୍ୟଟକ । କଣ କରିବେ ଯଦି ବାଘ ବସ୍  ଭିତରକୁ ପ୍ରବେଶ କରିବ ତେବେ ଏମାନଙ୍କ ଅବସ୍ଥା କଣ ହେବ ଟିକିଏ ଭାବିଲେ ।

ତେବେ ବେଙ୍ଗାଲୁରୁର ବାନରଘାଟା ଜାତୀୟ ଉଦ୍ୟାନରେ ନିକଟରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ସଫାରି ବସ୍ ଯାଉଥିବା ସମୟରେ ରାସ୍ତାରେ ଏକ ଚିତାବାଘ ବସ୍ ଝରକା ଉପରକୁ ଡେଇଁ ପଡିଥିଲେ । ପରେ ବସ୍ ରେ ଥିବା ପର୍ଯ୍ୟଟକ ମାନେ ଭୟଭୀତ ହୋଇଯାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଚିତାବାଘଟି ସଫାରି ବସ୍ ଉପରକୁ ଡେଇଁବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । ଚିତାବାଘ ମଧ୍ୟ ଝରକା ଦେଇ ମୁଣ୍ଡ ରଖିବାକୁ ଚେଷ୍ଟା କରୁଛି କିନ୍ତୁ ଶତ ଚେଷ୍ଟା ପରେ ମଧ୍ୟ ବସ୍ ଭିତରକୁ ପ୍ରବେଶ କରିପାରୁନାହିଁ । ଆଉ ରାଗରେ ଏପାଖ ସେପାଖ ଚାହିଁ ଧାଉଁଛି । ଏହି ଘଟଣା ବସ୍ ରେ ଥିବା ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ସୃଷ୍ଟି କରିଥିଲା ।ବାଘର ଏପରି କାର୍ଯ୍ୟ ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ ।

ତେବେ ବସ୍ ଝରକା କାଚରେ ହୋଇ ଥିବାରୁ ବାଘଟି ବସ୍ ଭିତରକୁ ପ୍ରବେଶ କରିପାରି ନଥିଲା । ଯେଉଁଥିପାଇଁ କୌଣସି ଅଘଟଣ ଘଟିପାରି ନାହିଁ । ଏତେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି । ଆଉ ସୌଭାଗ୍ୟକୁ ବାଘ ପାଟିରୁ ସମସ୍ତ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିପାରିଛି । ଏ ଘଟଣା ଦେଖିବା ପରେ ଯେତିକି ଭୟ ଲାଗୁଛି ସେତିକି ରୋମାଞ୍ଚକର ମଧ୍ୟ ।

 

The post ସଫାରୀ ବସ୍ ଉପରକୁ ଡେଇଁଲା ଚିତାବାଘ, ଆତଙ୍କିତ ଅବସ୍ଥାରେ ପର୍ଯ୍ୟଟକ appeared first on KNews Odisha.