ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୪ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଭୁବନେଶ୍ୱରରେ ଶେଷ ହୋଇଛି । କିଟ୍ କ୍ୟାମ୍ପସ୍‍- ୧୭ରେ ହୋଇଥିବା ଅଡ଼ିସନ୍ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୩ ରୁ ୧୫ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୨୨ ଓ ୨୩ ତାରିଖରେ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । ଏଥିରେ ଦେଶର ବିଭିନ୍ନ ସ୍ଥାନରେ ଅଡିସନରୁ ମନୋନୀତ ହୋଇଥିବା ୩୦ ଜଣ ପ୍ରତିଯୋଗୀ […] The post ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ appeared first on KNews Odisha.

ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ
kiit q2

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୪ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଭୁବନେଶ୍ୱରରେ ଶେଷ ହୋଇଛି । କିଟ୍ କ୍ୟାମ୍ପସ୍‍- ୧୭ରେ ହୋଇଥିବା ଅଡ଼ିସନ୍ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୩ ରୁ ୧୫ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୨୨ ଓ ୨୩ ତାରିଖରେ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । ଏଥିରେ ଦେଶର ବିଭିନ୍ନ ସ୍ଥାନରେ ଅଡିସନରୁ ମନୋନୀତ ହୋଇଥିବା ୩୦ ଜଣ ପ୍ରତିଯୋଗୀ ଯୋଗଦେବେ ।

ଆଜି ଭୁବନେଶ୍ଵର ଅଡିସନରେ ବିଚାରକ ଭାବେ ଅଭିନେତ୍ରୀ ଜସ୍ମିନ ରଥ, ଅଭିନେତା ସନ୍ଦୀପ ମିଶ୍ର, କୋରିଓଗ୍ରାଫର ମନ୍ଦାକିନୀ ଜେନା, ଫେସନ ଡିଜାଇନର ପ୍ରୀତମ ନାୟକ ଓ ଫୋଟୋ ଗ୍ରଫର ଅଖିଳ ରଞ୍ଜନ ଯୋଗ ଦେଇଥିବା ବେଳେ କୋର କମିଟି ସଦସ୍ୟ ମଳୟ ମହାପାତ୍ର ଓ ଡ. ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କିଟ୍ ନହ୍ନିପରୀ ବିଜେତାମାନଙ୍କ ପାଇଁ ମୋଟ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ୍‍ ବିଜେତାଙ୍କୁ ନଗଦ ୩ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ । ପ୍ରଥମ ରନର୍ସ ଅପ୍ ଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍ ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ। ଦ୍ୱିତୀୟ ରନର୍ସ ଅପ୍ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍ , ମିସ୍ ଫଟୋଜେନିକ୍ , ମିସ୍ ସେଲ୍ ଫି (ଫେସ୍ ବୁକ୍ ରେ ସର୍ବାଧିକ ଲାଇକ୍ ), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍ କିଡ଼୍ , ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍ ୱାକ୍ , ମିସ୍ ମୋନାଲିସା ଏବଂ ମିସ୍ ଆକ୍ ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଅର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି। ୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ।

The post ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ appeared first on KNews Odisha.