ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: ଏମିତି କହିଲେ ଆଇନମନ୍ତ୍ରୀ
ଭୁବନେଶ୍ୱର,୧୪।୮: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ ବୁଧବାର ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି, କେବଳ ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ । […] The post ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: ଏମିତି କହିଲେ ଆଇନମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୪।୮: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ ବୁଧବାର ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି, କେବଳ ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ । ଯେଉଁ ହତ୍ୟାକାଣ୍ଡ ଘଟଣାରେ ଏଯାବତ୍ ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ଘଟଣାର ସ୍ପଷ୍ଟତା ଆସିବା ଯାଏ ପଦକ୍ଷେପ ନିଆଯିବ ।
ଯେଉଁ ସ୍ଥାନରେ ଅନୈତିକତା ହୋଇଛି ତାର ତଦନ୍ତ ହେବ । ସେ ସମସ୍ତ ଅନୈତିକ କାର୍ଯ୍ୟରେ ତଦନ୍ତ ହେବ । ଏନେଇ ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
The post ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: ଏମିତି କହିଲେ ଆଇନମନ୍ତ୍ରୀ appeared first on Dharitri Odia News.