ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ

ଭୁବନେଶ୍ୱର, ୧୬।୨: ରାଜ୍ୟ ସଭାପତି ନିଯୁକ୍ତ ହେବ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା ସହ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରି ଦଳକୁ […] The post ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ appeared first on Dharitri Odia News.

ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ  ମୂଳଦୁଆ ମଜଭୁତ କରିବ ଦଳ

ଭୁବନେଶ୍ୱର, ୧୬।୨: ରାଜ୍ୟ ସଭାପତି ନିଯୁକ୍ତ ହେବ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା ସହ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରି ଦଳକୁ ଆଗକୁ ବଢ଼ାଇବା ସହିତ ପଞ୍ଚାୟତ ଦଖଲ ନୂଆ ସଭାପତିମାନଙ୍କ ଗୁରୁ ଦାୟିତ୍ବ ହେବ ବୋଲି ଦଳ କହିଛି ।

ରବିବାର ଘୋଷଣା ହୋଇଥିବା ତାଲିକା ଅନୁଯାୟୀ ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି- ନବକିଶୋର ଶବର, ଯାଜପୁର- ଦେବଯାନୀ ପ୍ରଧାନ, ଝାରସୁଗୁଡ଼ା- ରଘୁନନ୍ଦନ ପଣ୍ଡା, କନ୍ଧମାଳ- ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା- ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ- ଶିବ ମୁଦୁଲି, ନୟାଗଡ଼- ତାପସ ରଞ୍ଜନ ମାର୍ଥା, ଅନୁଗୁଳ- ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ- ଭଗବାନ ପଣ୍ଡା, ରାୟଗଡ଼ା- ଗୋପୀ ଆନନ୍ଦ, ସୁବର୍ଣ୍ଣପୁର- ବେଣୁଧର ଦାଶ, ରାଉରକେଲା- ପୂର୍ଣ୍ଣିମା କେର୍କେଟାଙ୍କୁ ଦାୟିତ୍ୱ ମିଳିଛି।

Image

The post ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ appeared first on Dharitri Odia News.