ସମାଜସେବୀ ବଂଶୀଧର କରଙ୍କୁ ପ୍ରକୃତିବନ୍ଧୁ ସମ୍ମାନ
ସମ୍ବଲପୁର: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ କଳାରତ୍ନ ବଂଶୀଧର କରଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି। ସ୍ଥାନୀୟ ବନ ବିଭାଗର ଡିଏଫଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ କରଙ୍କୁ ମାନପତ୍ର ସହିତ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହି ଅବସରରେ ଡିଏଫଓ କାଲୁଙ୍ଗେ ଗୋରକ, ସହକାରୀ ବନ […]

ସମ୍ବଲପୁର: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ କଳାରତ୍ନ ବଂଶୀଧର କରଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି। ସ୍ଥାନୀୟ ବନ ବିଭାଗର ଡିଏଫଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ କରଙ୍କୁ ମାନପତ୍ର ସହିତ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହି ଅବସରରେ ଡିଏଫଓ କାଲୁଙ୍ଗେ ଗୋରକ, ସହକାରୀ ବନ ସଂରକ୍ଷକ ମନୋଜ ଶିକା, ପ୍ରକୃତି ପ୍ରେମୀ ସୁବ୍ରତ କୁମାର ନାଥ ଉପସ୍ଥିତ ରହିଥିଲେ।