ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ…

ସମୁଦ୍ର ମଧ୍ୟରେ ମୂଲ୍ୟବାନ ମୋତି, ରତ୍ନ ପଥର, ପ୍ରାଣୀ ଆଦି ରହିଥିବା ସମସ୍ତେ ଜାଣିଛନ୍ତି। ମାତ୍ର ଏବେ ଏମିତି ଏକ ଜୀବ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମୁଦ୍ରକୁ ହ୍ବିଲ୍‌ ଦେଖିବାକୁ ଆସିଥିବା ପର୍ଯ୍ୟଟକ ଏକ ଅଦ୍ଭୁତ ଜୀବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଜୀବର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   View this post on Instagram   A post shared by Monterey Bay Whale […] The post ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ… appeared first on Dharitri Odia News.

ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ…

ସମୁଦ୍ର ମଧ୍ୟରେ ମୂଲ୍ୟବାନ ମୋତି, ରତ୍ନ ପଥର, ପ୍ରାଣୀ ଆଦି ରହିଥିବା ସମସ୍ତେ ଜାଣିଛନ୍ତି। ମାତ୍ର ଏବେ ଏମିତି ଏକ ଜୀବ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମୁଦ୍ରକୁ ହ୍ବିଲ୍‌ ଦେଖିବାକୁ ଆସିଥିବା ପର୍ଯ୍ୟଟକ ଏକ ଅଦ୍ଭୁତ ଜୀବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଜୀବର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓଟି ଆମେରିକାର। ଆମେରିକୀୟ ରକ୍ତ କୀଟ। ଯାହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଲୋକଙ୍କୁ ଚକିତ କରିଛି। ଏହାକୁ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ଭିଡିଓ ଅନେକ ୟୁଜରଙ୍କୁ ଭୟଭୀତ କରିଛି। ମୋଣ୍ଟେର ଓ୍ବେ ହ୍ବିଲ୍‌ ଓ୍ବାଚ୍‌ର ଜଣେ ସଦସ୍ୟ କହିଛନ୍ତି ଯେ, ଶନିବାର ସକାଳେ ଏହା ଆମ ଡକ୍‌ରେ ହଲୁଥିବାର ଦେଖିଲୁ ଏବଂ ଏହାକୁ ଧୀରେ ଧୀରେ କିଛି କାର୍ଡବୋର୍ଡ ସାହାଯ୍ୟରେ ଉଠାଇ ପାଣିରେ ରଖିଲୁ।

ସୋସିଆଲ ମିଡିଆ ୟୁଜରମାନେ ଏହି ଜୀବକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ବ୍ୟକ୍ତି ଥଟ୍ଟା କରି କହିଲେ, ଆରେ, ଏହା ମୋର ପାଚନ ତନ୍ତ୍ର। ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ।  ଅନ୍ୟ ଜଣେ କହିଛନ୍ତି ଏହା ଏକ ଦୁଃସ୍ବପ୍ନ। ଆଉ ଜଣେ ୟୁଜର ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଏହା ଦେଖିବା ଆବଶ୍ୟକ ନାହିଁ। ଚେହେରା ସହିତ ଅନ୍ତନଳୀ ପରି ଦେଖାଯାଉଛି। ଅନ୍ୟ ଜଣେ କହିଛନ୍ତି, ଚିତ୍ତାକର୍ଷକ କିନ୍ତୁ ଭୟଙ୍କର ମଧ୍ୟ।

The post ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ… appeared first on Dharitri Odia News.