ସମ୍ପତ୍ତି ହଡପ କରିବା ପାଇଁ ଷଡଯନ୍ତ୍ର, ୮ ବର୍ଷ ବୟସରେ ୩ ସନ୍ତାନର ହେଲେ ଜନନୀ
ନୂଆଦିଲ୍ଲୀ ୨୩।୦୭; ଉତ୍ତର ପ୍ରଦେଶର ଓରାଇୟା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସରକାରୀ କାଗଜପତ୍ରରେ ଜମି ହଡ଼ପ କରିବା ପାଇଁ ଏପରି ହେରଫେର କରାଯାଇଥିଲା ଯେ ଜଣେ ମହିଳା ୮ ବର୍ଷ ବୟସରେ ତିନି ପୁଅର ମାଆ ହୋଇଗଲେ।ଏନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ଏପରି ଯେ ରାମନଗର ଗାଁର ବାସିନ୍ଦା ନିରାଶ୍ରୟ ମହିଳା କମଲେଶଙ୍କ ସ୍ଵାମୀଙ୍କର ୨୦୨୧ରେ ମୃତ୍ୟୁ ହୋଇଯାଇଥିଲା । ଏକମାତ୍ର ଝିଅର ବି ତାପରେ ମୃତ୍ୟୁ ହୋଇଥିଲା । ଏହାପରେ ଶ୍ଵଶୁର ଘର ଲୋକେ ତାଙ୍କୁ ମାରପିଟ୍ କରି ଘରୁ ବାହାର କରିଦେଇଥିଲେ ।ଅନ୍ୟ ଉପାୟ ନଥିବାରୁ ସେବେଠାରୁ ସେ ନିଜ ବାପଘରେ ରହି ଆସୁଛନ୍ତି। କମଲେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସମ୍ପତ୍ତି୮୍କୁ ହଡପ କରିବାକୁ ଶ୍ଵଶୁର ଘର ଲୋକେ ତାଙ୍କ ସ୍ଵାମୀଙ୍କର ଜଣେ ଦ୍ଵିତୀୟ ପତ୍ନୀ ଗୁଡ୍ଡି ଦେଵୀ ଥିବା ଦର୍ଶାଇଛନ୍ତି। ଗୁଡ୍ଡୀ ଦେବୀଙ୍କର ୩ ଜଣ ପୁତ୍ର ଶିବପୂଜନ, ସୋନୁ, ପପୁ ରହିଥିବା ବି ସେମାନେ ଦାବି କରୁଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତ ଅଧିକାରୀଙ୍କ ସହ ମିଶି ସେମାନେ ଏହି ତଥ୍ୟକୁ ପରିବାର ରେଜିଷ୍ଟରରେ ମଧ୍ୟ ଚଢାଇ ଦେଇଛନ୍ତି।ରେଜିଷ୍ଟରରେ ଗୁଡ୍ଡୀ ଦେବୀଙ୍କ ଜନ୍ମତିଥି ୧୯୮୪ ମସିହା ଜାନୁୟାରୀ ୧ ତାରିଖରେ ହୋଇଥିବା ଦର୍ଶାଯାଇଛି। ତାଙ୍କର ୩ ପୁଅଙ୍କ ଜନ୍ମ ଯଥାକ୍ରମେ ୧୯୮୯. ୧୯୯୦ ଓ ୧୯୯୨ ମସିହାରେ ହୋଇଥିବା ଉଲ୍ଲେଖ ରହିଛି। ଅର୍ଥାତ୍ କାଗଜପ
ନୂଆଦିଲ୍ଲୀ ୨୩।୦୭; ଉତ୍ତର ପ୍ରଦେଶର ଓରାଇୟା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସରକାରୀ କାଗଜପତ୍ରରେ ଜମି ହଡ଼ପ କରିବା ପାଇଁ ଏପରି ହେରଫେର କରାଯାଇଥିଲା ଯେ ଜଣେ ମହିଳା ୮ ବର୍ଷ ବୟସରେ ତିନି ପୁଅର ମାଆ ହୋଇଗଲେ।ଏନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ଏପରି ଯେ ରାମନଗର ଗାଁର ବାସିନ୍ଦା ନିରାଶ୍ରୟ ମହିଳା କମଲେଶଙ୍କ ସ୍ଵାମୀଙ୍କର ୨୦୨୧ରେ ମୃତ୍ୟୁ ହୋଇଯାଇଥିଲା । ଏକମାତ୍ର ଝିଅର ବି ତାପରେ ମୃତ୍ୟୁ ହୋଇଥିଲା । ଏହାପରେ ଶ୍ଵଶୁର ଘର ଲୋକେ ତାଙ୍କୁ ମାରପିଟ୍ କରି ଘରୁ ବାହାର କରିଦେଇଥିଲେ ।
ଅନ୍ୟ ଉପାୟ ନଥିବାରୁ ସେବେଠାରୁ ସେ ନିଜ ବାପଘରେ ରହି ଆସୁଛନ୍ତି। କମଲେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସମ୍ପତ୍ତି୮୍କୁ ହଡପ କରିବାକୁ ଶ୍ଵଶୁର ଘର ଲୋକେ ତାଙ୍କ ସ୍ଵାମୀଙ୍କର ଜଣେ ଦ୍ଵିତୀୟ ପତ୍ନୀ ଗୁଡ୍ଡି ଦେଵୀ ଥିବା ଦର୍ଶାଇଛନ୍ତି। ଗୁଡ୍ଡୀ ଦେବୀଙ୍କର ୩ ଜଣ ପୁତ୍ର ଶିବପୂଜନ, ସୋନୁ, ପପୁ ରହିଥିବା ବି ସେମାନେ ଦାବି କରୁଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତ ଅଧିକାରୀଙ୍କ ସହ ମିଶି ସେମାନେ ଏହି ତଥ୍ୟକୁ ପରିବାର ରେଜିଷ୍ଟରରେ ମଧ୍ୟ ଚଢାଇ ଦେଇଛନ୍ତି।
ରେଜିଷ୍ଟରରେ ଗୁଡ୍ଡୀ ଦେବୀଙ୍କ ଜନ୍ମତିଥି ୧୯୮୪ ମସିହା ଜାନୁୟାରୀ ୧ ତାରିଖରେ ହୋଇଥିବା ଦର୍ଶାଯାଇଛି। ତାଙ୍କର ୩ ପୁଅଙ୍କ ଜନ୍ମ ଯଥାକ୍ରମେ ୧୯୮୯. ୧୯୯୦ ଓ ୧୯୯୨ ମସିହାରେ ହୋଇଥିବା ଉଲ୍ଲେଖ ରହିଛି। ଅର୍ଥାତ୍ କାଗଜପତ୍ରରେ ଗୁଡ୍ଡୀ ଦେବୀ ମାତ୍ର ୫ ବର୍ଷ ବୟସରେ ମା’ ହୋଇଯାଇଥିଲେ । ଏହି ଜାଲିଆତିକୁ ନେଇ କମଲେଶ ମୋଟ ୧୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।