ସମ୍ପତ୍ତିରେ ଏଲନ ମସ୍କଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ ୬।୪: ମାର୍କ ଜୁକରବର୍ଗ ସମ୍ପତ୍ତି ମାମଲାରେ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ୫ ଏପ୍ରିଲ ଶୁକ୍ରବାର ଜୁକରବର୍ଗ ସ୍ପେସ୍-ଏକ୍ସ ଓ ଟ୍ୱିଟର ଭଳି କମ୍ପାନୀଙ୍କ ମାଲିକ ଏଲନ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୨୦ ମସିହା ପରେ ଦ୍ୱିତୀୟବାର ମସ୍କଙ୍କୁ ପଛରେ ପକାଇଛନ୍ତି ଜୁକରବର୍ଗ। ଗତ ମାର୍ଚ୍ଚ ପ୍ରାରମ୍ଭରେ ଏଲନ ମସ୍କ ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ପ୍ରଥମ ସ୍ଥାନରେ ଥିଲେ। ମସ୍କ ଏବେ ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନକୁ ପହଞ୍ଚିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଟେସ୍ଲା ଇଂକ ତାଙ୍କର କମ ମହଙ୍ଗା କାର ଯୋଜନାକୁ ରଦ୍ଦ କରିଦେଇଛନ୍ତି। ଏହା ପରେ ବଜାରରେ କମ୍ପାନୀର ସେୟାର ମୂଲ୍ୟ ରେ ହ୍ରାସ ଦେଖା ଦେଇଥିଲା। ଏହା ଛଡା ମଝି ମାର୍ଚ୍ଚରୁ ଟେସ୍ଲା କାରର ଡେଲିଭରୀ ହ୍ରାସ ହୋଇଛି, ଯାହା କୋଭିଡ ମହାମାରୀ ପ୍ରାରମ୍ଭିକ ଦିନ ପରେ ପ୍ରଥମ ହ୍ରାସ ବୋଲି କୁହାଯାଇଛି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ମସ୍କଙ୍କ ସମ୍ପତ୍ତିରେ ୪୮.୪ ବିଲିୟନ ଡଲାର ହ୍ରାସ ହୋଇଛି। ଅପରପକ୍ଷେ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତବର୍ଷ ୫୮.୯ ବିଲିୟନ ଡଲାର ସଂଯୁକ୍ତ ହୋଇଛି। ୧୬ ନଭେମ୍ବର ୨୦୨୦ ପରେ ପ୍ରଥମ ଥର ଜୁକରବର୍ଗ ବ୍ଲୁମବର୍ଗର ସବୁଠୁ ଧନୀ ଲୋକଙ୍କ ରାଙ୍କିଙ୍ଗରେ ଶୀର୍ଷ ୩ ସ୍ଥାନକୁ ଛୁଇଁଛନ୍ତି। ଏବେ ମସ୍କଙ୍କ ମୋଟ ସମ୍ପତ୍ତି ୧୮୦.୬ ବିଲିୟନ ଡଲାରରେ ଥିବା ବେଳେ ଜୁକରବର୍ଗଙ୍କ ସମ୍ପତ୍ତି ୧୮୬.

ସମ୍ପତ୍ତିରେ ଏଲନ ମସ୍କଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ ୬।୪: ମାର୍କ ଜୁକରବର୍ଗ ସମ୍ପତ୍ତି ମାମଲାରେ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ୫ ଏପ୍ରିଲ ଶୁକ୍ରବାର ଜୁକରବର୍ଗ ସ୍ପେସ୍-ଏକ୍ସ ଓ ଟ୍ୱିଟର ଭଳି କମ୍ପାନୀଙ୍କ ମାଲିକ ଏଲନ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୨୦ ମସିହା ପରେ ଦ୍ୱିତୀୟବାର ମସ୍କଙ୍କୁ ପଛରେ ପକାଇଛନ୍ତି ଜୁକରବର୍ଗ। ଗତ ମାର୍ଚ୍ଚ ପ୍ରାରମ୍ଭରେ ଏଲନ ମସ୍କ ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ପ୍ରଥମ ସ୍ଥାନରେ ଥିଲେ। 

ମସ୍କ ଏବେ ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନକୁ ପହଞ୍ଚିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଟେସ୍ଲା ଇଂକ ତାଙ୍କର କମ ମହଙ୍ଗା କାର ଯୋଜନାକୁ ରଦ୍ଦ କରିଦେଇଛନ୍ତି। ଏହା ପରେ ବଜାରରେ କମ୍ପାନୀର ସେୟାର ମୂଲ୍ୟ ରେ ହ୍ରାସ ଦେଖା ଦେଇଥିଲା। ଏହା ଛଡା ମଝି ମାର୍ଚ୍ଚରୁ ଟେସ୍ଲା କାରର ଡେଲିଭରୀ ହ୍ରାସ ହୋଇଛି, ଯାହା କୋଭିଡ ମହାମାରୀ ପ୍ରାରମ୍ଭିକ ଦିନ ପରେ ପ୍ରଥମ ହ୍ରାସ ବୋଲି କୁହାଯାଇଛି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ମସ୍କଙ୍କ ସମ୍ପତ୍ତିରେ ୪୮.୪ ବିଲିୟନ ଡଲାର ହ୍ରାସ ହୋଇଛି। 

ଅପରପକ୍ଷେ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତବର୍ଷ ୫୮.୯ ବିଲିୟନ ଡଲାର ସଂଯୁକ୍ତ ହୋଇଛି। ୧୬ ନଭେମ୍ବର ୨୦୨୦ ପରେ ପ୍ରଥମ ଥର ଜୁକରବର୍ଗ ବ୍ଲୁମବର୍ଗର ସବୁଠୁ ଧନୀ ଲୋକଙ୍କ ରାଙ୍କିଙ୍ଗରେ ଶୀର୍ଷ ୩ ସ୍ଥାନକୁ ଛୁଇଁଛନ୍ତି। ଏବେ ମସ୍କଙ୍କ ମୋଟ ସମ୍ପତ୍ତି ୧୮୦.୬ ବିଲିୟନ ଡଲାରରେ ଥିବା ବେଳେ ଜୁକରବର୍ଗଙ୍କ ସମ୍ପତ୍ତି ୧୮୬.୯ ବିଲିୟନ ଡଲାରକୁ ପହଞ୍ଚିଛି। ମସ୍କ ଓ ଜୁକରବର୍ଗଙ୍କ ସମ୍ପତ୍ତିରେ ଅନ୍ତର ନଭେମ୍ବର୨୦୨୧ରେ ୨୧୫ ବିଲିୟନ ଡଲାର ଥିଲା। ହେଲେ ଏବେ ଜୁକରବର୍ଗ ଏହି ଅନ୍ତର ଦୂର କରିବାରେ ସକ୍ଷମ ହୋଇଛନ୍ତି।