ସମ୍ପର୍କରେ ନିବିଡ଼ତା ଆଣେ ଆଲିଙ୍ଗନ

ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମ ସପ୍ତାହ ଶେଷ ହେବାକୁ ବାକି ରହିଯାଇଛି ଆଉ ଦୁଇ ଦିନ। ଭାେଲଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିବସରେ ପାଳନ କରାଯାଏ ଆଲିଙ୍ଗନ ଦିବସ ବା ହଗ୍‌ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନର ଗୁରୁତ୍ବ ବେଶୀ। ଯେଉଁ ପ୍ରେମିକ ବା ପ୍ରେମିକା ମନ କଥା ଖୋଲି କହି ପାରୁନାହାନ୍ତି ସେମାନେ ଆଲିଙ୍ଗନ ଦ୍ବାରା ମନ ଭିତରର କଥାକୁ ପ୍ରକାଶ କରିପାରିବେ। ଦୁଃଖ ହେଉ ଅବା ସୁଖ, ସଫଳତା ହେଉ ଅବା ବିଫଳତା […]

ସମ୍ପର୍କରେ ନିବିଡ଼ତା ଆଣେ ଆଲିଙ୍ଗନ
Happy Hug Day 2025

ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମ ସପ୍ତାହ ଶେଷ ହେବାକୁ ବାକି ରହିଯାଇଛି ଆଉ ଦୁଇ ଦିନ। ଭାେଲଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିବସରେ ପାଳନ କରାଯାଏ ଆଲିଙ୍ଗନ ଦିବସ ବା ହଗ୍‌ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନର ଗୁରୁତ୍ବ ବେଶୀ। ଯେଉଁ ପ୍ରେମିକ ବା ପ୍ରେମିକା ମନ କଥା ଖୋଲି କହି ପାରୁନାହାନ୍ତି ସେମାନେ ଆଲିଙ୍ଗନ ଦ୍ବାରା ମନ ଭିତରର କଥାକୁ ପ୍ରକାଶ କରିପାରିବେ। ଦୁଃଖ ହେଉ ଅବା ସୁଖ, ସଫଳତା ହେଉ ଅବା ବିଫଳତା ସବୁ ପ୍ରକାର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ ହେଉଛି ଆଲିଙ୍ଗନ।

ସ୍ପର୍ଶ ମାଧ୍ୟମରେ ପ୍ରେମ ପ୍ରକାଶ କରିବାର ଏହା ଏକ ସୁନ୍ଦର ଭାବନା। ସେଥିପାଇଁ ତ ଆଲିଙ୍ଗନ କରିବା ଭଲପାଇବାର ଏକ ତରିକା ଓ ଏଥିରେ ନିବିଡ଼ତା ବଢିଥାଏ । ଆଜିର ଦିନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରି ଉଭୟଙ୍କୁ ସ୍ବତନ୍ତ୍ର ଅନୁଭବ କରାଇଥାଆନ୍ତି । କାଲିର ମିଠା ପ୍ରତିଶ୍ରୁତି ପରେ ଆଜି ଆଲିଙ୍ଗନ ଦ୍ବାରା ସୁଦୃଢ଼ ହୋଇଥାଏ ସମ୍ପର୍କ। କେବଳ ସେତିକି ନୁହେଁ, ଏହା ପରସ୍ପର ପ୍ରତି ବିଶ୍ବାସ ଓ ସମର୍ପଣ ଭାବକୁ ଦର୍ଶାଏ। କୁହାଯାଏ, ଆଲିଙ୍ଗନ କରିବା ଦ୍ବାରା ଲଭ୍‌ ହରମୋନ୍‌ ସ୍ତର ବଢ଼ିଯାଇଥାଏ। ଫଳରେ ମଣିଷ ଚାପମୁକ୍ତ ହୋଇ ଖୁସି ରହେ।

ଜୀବନରେ ସାଥୀର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା କେବଳ ଆଲିଙ୍ଗନ ଦ୍ବାରା ଅନୁଭବ ହୋଇଥାଏ। ଆଲିଙ୍ଗନ ହେଉଛି ଦକ୍ଷ ପ୍ରେମ ଭାଷା। ଯେଉଁଠାରେ ଶବ୍ଦ ବିଫଳ ହୁଏ, ସେତେବେଳେ ଆଲିଙ୍ଗନ ପ୍ରେମ ଭାବନାକୁ ପ୍ରକାଶ କରିଥାଏ। ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ତେବେ ପ୍ରେମିକ ପ୍ରେମିକା ବ୍ୟତୀତ ପିତାମାତା, ଭାଇଭଉଣୀ କିମ୍ବା ବନ୍ଧୁପରିଜନମାନଙ୍କୁ ସ୍ନେହଭରା ଆଲିଙ୍ଗନ କରାଯାଇ ପାରିବ। ଆଲିଙ୍ଗନ ଦ୍ବାରା ଅନ୍ୟ ପ୍ରତି ପ୍ରେମ ଭାବନା ପରିପ୍ରକାଶ ହୋଇଥାଏ ଏବଂ ମତଭେଦ ଦୂର ହୋଇଥାଏ ।