ସମ୍ବଲପୁର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁର,୨୮।୬: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ଉନ୍ନତି କାମନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ସମ୍ବଲପୁରରେ ସ୍ବାସ୍ଥ୍ୟଅଧିକାରୀଙ୍କୁ ଭେଟି ସମ୍ବଲପୁରରେ ବ୍ୟାପୁଥିବା ଜଣ୍ଡିସ୍ ରୋଗ ଉପରେ ସମୀକ୍ଷା କରିବେ ବୋଲି ମଧ୍ୟ ଜଣାପଡିଛି। ଏପରିକି ସେ ବୁର୍ଲା ମେଡିକାଲ ପରିଦର୍ଶନ […] The post ସମ୍ବଲପୁର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ appeared first on Dharitri Odia News.
ସମ୍ବଲପୁର,୨୮।୬: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ଉନ୍ନତି କାମନା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ସମ୍ବଲପୁରରେ ସ୍ବାସ୍ଥ୍ୟଅଧିକାରୀଙ୍କୁ ଭେଟି ସମ୍ବଲପୁରରେ ବ୍ୟାପୁଥିବା ଜଣ୍ଡିସ୍ ରୋଗ ଉପରେ ସମୀକ୍ଷା କରିବେ ବୋଲି ମଧ୍ୟ ଜଣାପଡିଛି। ଏପରିକି ସେ ବୁର୍ଲା ମେଡିକାଲ ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି।
The post ସମ୍ବଲପୁର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ appeared first on Dharitri Odia News.