ସମ୍ବଲପୁରୀ ଡେରାର ଯୋଜନାବଦ୍ଧ ବିକାଶ କରାଯିବ-ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର:ସମ୍ବଲପୁରରେ ସ୍ବଚ୍ଚତାରେ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ ପରେ ସୋମବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପହଞ୍ଚି ଏହାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବ୍ୟବହାର କରିବା ଦିଗରେ ବିକଶିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସମ୍ବଲପୁରୀ ଡେରା ରେ ଥିବା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂତ୍ତୀରେ ମାଲ୍ୟାର୍ପଣ କରିବା ସହ ଡେରାର ମାଷ୍ଟରପ୍ଲାନ ତିଆରି କରାଯାଇ ଯୋଜନାବଦ୍ଧ ଭାବରେ ଏହାର […] The post ସମ୍ବଲପୁରୀ ଡେରାର ଯୋଜନାବଦ୍ଧ ବିକାଶ କରାଯିବ-ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.

ସମ୍ବଲପୁର:ସମ୍ବଲପୁରରେ ସ୍ବଚ୍ଚତାରେ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ ପରେ ସୋମବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପହଞ୍ଚି ଏହାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବ୍ୟବହାର କରିବା ଦିଗରେ ବିକଶିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସମ୍ବଲପୁରୀ ଡେରା ରେ ଥିବା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂତ୍ତୀରେ ମାଲ୍ୟାର୍ପଣ କରିବା ସହ ଡେରାର ମାଷ୍ଟରପ୍ଲାନ ତିଆରି କରାଯାଇ ଯୋଜନାବଦ୍ଧ ଭାବରେ ଏହାର ବିକାଶ ପାର୍ଇ ପରାମର୍ଶ ଦେଇଛନ୍ତି ପ୍ରଥମେ ଖୋଳା ରହିଥିବା ଅଞ୍ଚଳରେ ପାଚେରୀ ନିର୍ମାଣ କରି ଗେଟ ବ୍ୟବସ୍ଥା କରିବା ପାଇଁ ମହାନଗର ନିଗମକୁ ପରାମର୍ଶ ଦେଇଛନ୍ତି ଅନ୍ୟ ପକ୍ଷରେ ଖୁବ ଶିଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମହାନଗର କମିଶନର କହିଛନ୍ତି ଏହି ଅବସରରେ ର୍ପୂତନ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଆଇ ହିମାଂଶୁ ଲାଲ, ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ଏସପି ମୁକେଶ ଭାମୁ, ପଶ୍ଚିମାଞ୍ଚଲ ଏକତା ମଞ୍ଚର ଉପଦେଷ୍ଟା ଡ ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ , ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ସମ୍ବଲପୁରୀ ଡେରାର ଯୋଜନାବଦ୍ଧ ବିକାଶ କରାଯିବ-ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.