ସମ୍ଭାବ୍ୟ ବାତ୍ୟା, ଚିନ୍ତାରେ ଚାଷୀ: ୩୪୦ ଏକର ପାଚିଲା ଧାନଫସଲ ନଷ୍ଟ ଆଶଙ୍କା

ନାଉଗାଁ,୨୨ା୧୦(ସୁଧା ବେହୁରା): ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିବାବେଳେ ଉପକୂଳ ଓଡିଶାରେ ପ୍ରବାଳ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ନାଉଗଁା ବ୍ଲକରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବ୍ଲକରେ ସମୁଦାୟ ୭ ହଜାର ହେକ୍ଟର ଚାଷ ଜମିରେ ଶାରଦ ଓ ଲଘୁଜାତୀୟ ଧାନ ଚାଷ କରାଯାଇଛି। କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ,ବ୍ଲକରେ ୩୪୦ ଏକର ଜମିରେ ଲଘୁଜାତୀୟ ଧାନ ଚାଷ କରାଯାଇଛି। ଓଷକଣା ଶିଖର ଗଳଧାରୀ, କୋରୁଅ, ଡେରିକି […] The post ସମ୍ଭାବ୍ୟ ବାତ୍ୟା, ଚିନ୍ତାରେ ଚାଷୀ: ୩୪୦ ଏକର ପାଚିଲା ଧାନଫସଲ ନଷ୍ଟ ଆଶଙ୍କା appeared first on Dharitri Odia News.

ସମ୍ଭାବ୍ୟ ବାତ୍ୟା, ଚିନ୍ତାରେ ଚାଷୀ: ୩୪୦ ଏକର ପାଚିଲା ଧାନଫସଲ ନଷ୍ଟ ଆଶଙ୍କା

ନାଉଗାଁ,୨୨ା୧୦(ସୁଧା ବେହୁରା): ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିବାବେଳେ ଉପକୂଳ ଓଡିଶାରେ ପ୍ରବାଳ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ନାଉଗଁା ବ୍ଲକରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବ୍ଲକରେ ସମୁଦାୟ ୭ ହଜାର ହେକ୍ଟର ଚାଷ ଜମିରେ ଶାରଦ ଓ ଲଘୁଜାତୀୟ ଧାନ ଚାଷ କରାଯାଇଛି।

କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ,ବ୍ଲକରେ ୩୪୦ ଏକର ଜମିରେ ଲଘୁଜାତୀୟ ଧାନ ଚାଷ କରାଯାଇଛି। ଓଷକଣା ଶିଖର ଗଳଧାରୀ, କୋରୁଅ, ଡେରିକି ଆଦି ପଞ୍ଚାୟତରେ ଏହି ଚାଷ କରାଯାଇଛି। ଉକ୍ତ ଲଘୁ ଜାତୀୟ ଧାନ ପାଖାପାଖି ଶତକଡା ୯୦ ଭାଗ ପାଚିଯାଇଛି। ଏହି ଲଘୁଜାତୀୟ ଧାନ ଅକ୍ଟୋବରରେ ହିଁ ଅମଳ କରାଯାଇଥାଏ। ଚାଷୀମାନେ ଧାନ ଅମଳ କରିବାକୁ ବସିଥିବା ବେଳେ ସମ୍ଭାବ୍ୟ ବାତ୍ୟାରେ ଯଦି ପ୍ରବଳ ବର୍ଷା ହୁଏ ତେବେ ତେବେ ପାଚିଲା ଧାନ ନଷ୍ଟ ହେବା ଆଶଙ୍କା ଥିବାରୁ ଚାଷୀମାନେ ତରବରିଆ ହୋଇ ଅଧା ପାଚିଲା ଧାନ କାଟୁଛନ୍ତି। ସେହିପରି ତିରୁଣା, ଜାମୁଗଁା, ଡାବର ଆଦି ପଞ୍ଚାୟତରେ ଶାରଦ ଧାନ ଚାଷ ହୋଇଥିବା ବେଳେ ଧାନଥୋଡ ବାହାରିବା ଉପରେ ରହିଛି।

ଏସବୁ ପଞ୍ଚାୟତରେ ଧାନ ଥୋଡ ବାହାରିବା ସମୟରେ ହିଁ ରବି ଚାଷ ପାଇଁ ବିହନ ପକାଯାଇଥାଏ। ତେଣୁ ଅଧିକାଂଶ ଚାଷୀ ବିରି, ମୁଗ ଆଦି ବୁଣାବୁଣି କରିସାରିଛନ୍ତି। ଯଦି ବର୍ଷା ହୁଏ ତେବେ ରବି ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଏବିଷୟରେ ନାଉଗଁା ବ୍ଲକ କୃଷି ଅଧିକାରୀ ଅଗ୍ନିପଣ୍ଡାଙ୍କୁ ପଚାରିବାରେ ଲଘୁ ଜାତୀୟ ଧାନ ପ୍ରାୟ ପାଚିଗଲାଣି। ଅତ୍ୟଧିକ ବର୍ଷା ହେଲେ ପାଚିଲା ଧାନ ପାଣିରେ ପଡି ରହିଲେ ଗଜା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

The post ସମ୍ଭାବ୍ୟ ବାତ୍ୟା, ଚିନ୍ତାରେ ଚାଷୀ: ୩୪୦ ଏକର ପାଚିଲା ଧାନଫସଲ ନଷ୍ଟ ଆଶଙ୍କା appeared first on Dharitri Odia News.