ସରକାରଙ୍କ ବଡ଼ ନିଷ୍ପତ୍ତି, ୫ମ ଏବଂ ୮ମ ଶ୍ରେଣୀରେ ଫେଲ୍ ହେଲେ ଯାଇପାରିବେନି ଉପର କ୍ଲାସ୍କୁ
ନୂଆଦିଲ୍ଲୀ: ସମାପ୍ତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୋ ଡିଟେନ୍ସନ ପଲିସି। ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୋ ଡିଟେନ୍ସନ ପଲିସିକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ଏଣିକି ୫ ଏବଂ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍ ହେଉଥିବା ଛାତ୍ରଛାତ୍ରଙ୍କୁ ଉପର କ୍ଲାସକୁ ଉତୀର୍ଣ୍ଣ କରାଯିବ ନାହିଁ। ଅର୍ଥାତ ୫ମ ଶ୍ରେଣୀରେ ପଢ଼ୁଥିବା କେହି ଛାତ୍ର ଯଦି ଫେଲ ହେଉଛନ୍ତି ତେବେ ସେ ୬ଷ୍ଠ ଶ୍ରେଣୀକୁ ଉତୀର୍ଣ୍ଣ ହେବନାହିଁ। ସେହିଭଳି ୮ମ ଶ୍ରେଣୀ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ଶ୍ରେଣୀଗୁଡ଼ିରେ ପାସ ନହେଲେବି ଉପର ଶ୍ରେଣୀକୁ ଉତୀର୍ଣ୍ଣ କରିଦିଆଯାଉଥିଲା। କିନ୍ତୁ ଏବେ ଏଭଳି ହେବ ନାହିଁ। ତେବେ ନୂଆ ନିୟମ ଅନୁଯାୟୀ, ଫେଲ୍ ହେଉଥିବା ପିଲାଙ୍କୁ ଦୁଇ ମାସ ମଧ୍ୟରେ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଯଦି ଏଥିରେ ମଧ୍ୟ ସେମାନେ ଫେଲ ହେଉଛନ୍ତି, ତେବେ ତାଙ୍କୁ ପୂରା ୧ ବର୍ଷ ସେହି ଶ୍ରେଣୀରେ ପୁଣି ପଢ଼ିବାକୁ ପଡ଼ିବ। ଆହୁରି ମଧ୍ୟ ଜାରି ବିଜ୍ଞପ୍ତିରେ କୁହଯାଇଛି ଯେ, ୮ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସିବି ପିଲାଙ୍କୁ ସ୍କୁଲରୁ ବାହାର କରାଯିବ ନାହିଁ। ବିଜ୍ଞପ୍ତି ଅନୁଯାୟୀ, ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କୌଣସିବି ପିଲାଙ୍କୁ କୌଣସିବି ସ୍କୁଲରୁ ବାହାର କରାଯାଇପାରିବନି। ଏଥିପାଇଁ ଆବଶ୍ୟକ ପଡ଼ିଲେ ପିଲା
ନୂଆଦିଲ୍ଲୀ: ସମାପ୍ତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୋ ଡିଟେନ୍ସନ ପଲିସି। ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୋ ଡିଟେନ୍ସନ ପଲିସିକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ଏଣିକି ୫ ଏବଂ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍ ହେଉଥିବା ଛାତ୍ରଛାତ୍ରଙ୍କୁ ଉପର କ୍ଲାସକୁ ଉତୀର୍ଣ୍ଣ କରାଯିବ ନାହିଁ। ଅର୍ଥାତ ୫ମ ଶ୍ରେଣୀରେ ପଢ଼ୁଥିବା କେହି ଛାତ୍ର ଯଦି ଫେଲ ହେଉଛନ୍ତି ତେବେ ସେ ୬ଷ୍ଠ ଶ୍ରେଣୀକୁ ଉତୀର୍ଣ୍ଣ ହେବନାହିଁ। ସେହିଭଳି ୮ମ ଶ୍ରେଣୀ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ଶ୍ରେଣୀଗୁଡ଼ିରେ ପାସ ନହେଲେବି ଉପର ଶ୍ରେଣୀକୁ ଉତୀର୍ଣ୍ଣ କରିଦିଆଯାଉଥିଲା। କିନ୍ତୁ ଏବେ ଏଭଳି ହେବ ନାହିଁ।
ତେବେ ନୂଆ ନିୟମ ଅନୁଯାୟୀ, ଫେଲ୍ ହେଉଥିବା ପିଲାଙ୍କୁ ଦୁଇ ମାସ ମଧ୍ୟରେ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଯଦି ଏଥିରେ ମଧ୍ୟ ସେମାନେ ଫେଲ ହେଉଛନ୍ତି, ତେବେ ତାଙ୍କୁ ପୂରା ୧ ବର୍ଷ ସେହି ଶ୍ରେଣୀରେ ପୁଣି ପଢ଼ିବାକୁ ପଡ଼ିବ।
ଆହୁରି ମଧ୍ୟ ଜାରି ବିଜ୍ଞପ୍ତିରେ କୁହଯାଇଛି ଯେ, ୮ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସିବି ପିଲାଙ୍କୁ ସ୍କୁଲରୁ ବାହାର କରାଯିବ ନାହିଁ। ବିଜ୍ଞପ୍ତି ଅନୁଯାୟୀ, ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କୌଣସିବି ପିଲାଙ୍କୁ କୌଣସିବି ସ୍କୁଲରୁ ବାହାର କରାଯାଇପାରିବନି। ଏଥିପାଇଁ ଆବଶ୍ୟକ ପଡ଼ିଲେ ପିଲା ଏବଂ ପିଲାଙ୍କ ଅଭିଭାବକଙ୍କ ସହ କଥା ମଧ୍ୟ ହୋଇ ଶିକ୍ଷକମାନେ ମାର୍ଗଦର୍ଶନ କରିବେ।
ପ୍ରକୃତରେ, ଶିକ୍ଷା ମନ୍ତ୍ରାଳୟ ପ୍ରାଥମିକ ଶିକ୍ଷା ପାଠପଢ଼ାରେ ସଂସ୍କାର ଆଣିବା ଦିଗରେ ଏଭଳି ପଦକ୍ଷେପ ନେବା ସହ ୫ମ ଏବଂ ୮ମ ଶ୍ରେଣୀରୁ ନୋ ଡିଟେନସନ ପଲିସିକୁ ସମାପ୍ତ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ସହ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ୩୦୦୦ରୁ ଅଧିକ ସ୍କୁଲରେ ଲାଗୁ ହେବ।
ଆହୁରି ମଧ୍ୟ କୁହାଯାଇଛି ଯେ, ସ୍କୁଲ ଶିକ୍ଷା ରାଜ୍ୟର ବିଷୟ। ଏଥିପାଇଁ ରାଜ୍ୟ ଚାହିଲେ ଏସମ୍ପର୍କରେ ନିଜ ନିଷ୍ପତ୍ତି ନେଇପାରିବେ। ପୂର୍ବରୁ ହିଁ ୧୬ ରାଜ୍ୟ ଏବଂ ଦିଲ୍ଲୀ ସହ ୨ କେନ୍ଦ୍ରଶାସିତ ଅଞ୍ଚଳ ଏହି ଦୁଇ ଶ୍ରେଣୀ ପାଇଁ ନୋ ଡିଟେନସନ ପଲିସିକୁ ସମାପ୍ତ କରିଛନ୍ତି।