ଗାଜା ପାଇଁ ୟୁଏଇର ମାନବୀୟ ସହାୟତା, ପଠାଇଲା ଖାଦ୍ୟ ସହ ଜରୁରୀ ସାମଗ୍ରୀ
ନୂଆଦିଲ୍ଲୀ ୧୮।୦୨: ଗାଜାରେ ବଢୁଥିବା ଖାଦ୍ୟ ସଙ୍କଟକୁ ଦୂର କରିବା ପାଇଁ ୟୁଏଇ ବଡ ପଦକ୍ଷେପ ନେଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜୟାଦ ଅଲ ନାହୟାନ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍ (ଡବ୍ଲୁସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏରିନ୍ ଗୋରେଙ୍କୁ ଭେଟିଛନ୍ତି। WCK ହେଉଛି ଏକ ନନ୍-ପ୍ରଫିଟ୍ ଆମେରିକୀ ସଂଗଠନ, ଯାହା ସମଗ୍ର ବିଶ୍ୱରେ ମାନବିକ ସଙ୍କଟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ । ହେଲେ ବିଶ୍ଵର କେତେକ ଦେଶ ଗାଜାକୁ ସହାୟତା ଯୋଗାଉଛନ୍ତି, କିନ୍ତୁ ଭାରତର ବନ୍ଧୁ ଭାବରେ ବିବେଚିତ ୟୁଏଇ ସହାୟତା ପ୍ରଦାନରେ ଦେଶମାନଙ୍କ ମଧ୍ୟରେ ବହୁ ଆଗରେ ଅଛି।କସର ଅଲ ୱାଟନରେ ଅନୁଷ୍ଠିତ ବୈଠକରେ ଆବୁଧାବି, ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍ ଏବଂ ୟୁଏଇ ସଂଗଠନ ଗୁଡ଼ିକ ପାରସ୍ପରିକ ସହଯୋଗକୁ ମଜବୁତ କରିବା ଏବଂ ଗାଜାକୁ ସହାୟତା ଯୋଗାଇବା ପାଇଁ ମିଳିତ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ଗାଜାକୁ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ସ୍ଥଳ, ବାୟୁ ଏବଂ ସମୁଦ୍ର ବିକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ନିକଟରେ ୟୁଏଇ, WCKର ସହଯୋଗରେ ଗାଜାକୁ ୨୦୦ ଟନ୍ ଖାଦ୍ୟ ଏବଂ ରିଲିଫ୍ ସାମଗ୍ରୀ ବିତରଣ କରିଥିଲା ।UAEର ପ୍ରୟାସକୁ WCKର ପ୍ରଶଂସାଗାଜା ସାଧାରଣ ନାଗରିକଙ୍କ ଦୁଃଖ ଦୂର କରିବା ପାଇଁ ୟୁଏଇର ସମର୍ଥନ ଏବଂ ଯୁଦ୍ଧକୁ ରୋକିବା ପାଇଁ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ସହଭାଗୀମାନଙ୍କ ସହ କା
ନୂଆଦିଲ୍ଲୀ ୧୮।୦୨: ଗାଜାରେ ବଢୁଥିବା ଖାଦ୍ୟ ସଙ୍କଟକୁ ଦୂର କରିବା ପାଇଁ ୟୁଏଇ ବଡ ପଦକ୍ଷେପ ନେଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜୟାଦ ଅଲ ନାହୟାନ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍ (ଡବ୍ଲୁସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏରିନ୍ ଗୋରେଙ୍କୁ ଭେଟିଛନ୍ତି। WCK ହେଉଛି ଏକ ନନ୍-ପ୍ରଫିଟ୍ ଆମେରିକୀ ସଂଗଠନ, ଯାହା ସମଗ୍ର ବିଶ୍ୱରେ ମାନବିକ ସଙ୍କଟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ । ହେଲେ ବିଶ୍ଵର କେତେକ ଦେଶ ଗାଜାକୁ ସହାୟତା ଯୋଗାଉଛନ୍ତି, କିନ୍ତୁ ଭାରତର ବନ୍ଧୁ ଭାବରେ ବିବେଚିତ ୟୁଏଇ ସହାୟତା ପ୍ରଦାନରେ ଦେଶମାନଙ୍କ ମଧ୍ୟରେ ବହୁ ଆଗରେ ଅଛି।
କସର ଅଲ ୱାଟନରେ ଅନୁଷ୍ଠିତ ବୈଠକରେ ଆବୁଧାବି, ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍ ଏବଂ ୟୁଏଇ ସଂଗଠନ ଗୁଡ଼ିକ ପାରସ୍ପରିକ ସହଯୋଗକୁ ମଜବୁତ କରିବା ଏବଂ ଗାଜାକୁ ସହାୟତା ଯୋଗାଇବା ପାଇଁ ମିଳିତ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ଗାଜାକୁ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ସ୍ଥଳ, ବାୟୁ ଏବଂ ସମୁଦ୍ର ବିକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ନିକଟରେ ୟୁଏଇ, WCKର ସହଯୋଗରେ ଗାଜାକୁ ୨୦୦ ଟନ୍ ଖାଦ୍ୟ ଏବଂ ରିଲିଫ୍ ସାମଗ୍ରୀ ବିତରଣ କରିଥିଲା ।
UAEର ପ୍ରୟାସକୁ WCKର ପ୍ରଶଂସା
ଗାଜା ସାଧାରଣ ନାଗରିକଙ୍କ ଦୁଃଖ ଦୂର କରିବା ପାଇଁ ୟୁଏଇର ସମର୍ଥନ ଏବଂ ଯୁଦ୍ଧକୁ ରୋକିବା ପାଇଁ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ସହଭାଗୀମାନଙ୍କ ସହ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିବା ଏରିନ୍ ଗୋର ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ, WCK ସହିତ ୟୁଏଇର ସହଭାଗିତାକୁ ନେଇ ଏରିନ୍ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ମହମ୍ମଦ ବିନ୍ ଜୟାଦ ମଧ୍ୟ ସଂଗଠନ ଦ୍ୱାରା ସାରା ବିଶ୍ୱରେ କରାଯାଇଥିବା ରିଲିଫ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ୱାର୍ଲ୍ଡ ସେଣ୍ଟ୍ରାଲ୍ କିଚେନ୍ (WCK) ହେଉଛି ଏକ ନନ୍-ପ୍ରଫିଟ୍ ଆମେରିକୀୟ ସଂଗଠନ । ଯାହାକି ସେଫ୍ ଜୋସ ଆଣ୍ଡ୍ରେସ୍ ଦ୍ଵାରା ୨୦୧୦ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ଏବଂ ମାନବିକ ସଙ୍କଟ ସମୟରେ ପୀଡିତ ଲୋକଙ୍କୁ ଖାଦ୍ୟ ଯୋଗାଇବା । ଆରମ୍ଭରୁ ହିଁ ଏହି ସଂଗଠନ ଡୋମିନିକାନ୍, ନିକାରାଗୁଆ, ଜାମ୍ବିଆ, ପେରୁ, କ୍ୟୁବା, ଉଗାଣ୍ଡା, ବହାମାସ, କାମ୍ବୋଡିଆ, ୟୁକ୍ରେନ ଏବଂ ଆମେରିକା ଭଳି ଦେଶରେ ଏହାର ରିଲିଫ୍ ଅପରେସନ୍ ଚଳାଇଛି। ଏହା ବ୍ୟତୀତ ନିକଟରେ ୟୁକ୍ରେନ ଏବଂ ଗାଜାରେ ମଧ୍ୟ ଏହାର କାର୍ଯ୍ୟ ଚାଲିଛି।