ସରକାରୀ କର୍ମଚାରୀଙ୍କୁ ଉପହାର, ୧ ଏପ୍ରିଲରୁ ଦେଶରେ ଲାଗୁ ହେବ UPS, ଜାରି ହେଲା ନୋଟିଫିକେସନ
ନୂଆଦିଲ୍ଲୀ ୨୫।୧: ସରକାରୀ କର୍ମଚାରୀଙ୍କ ଲାଗି କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ସ୍କିମ୍ (ୟୁପିଏସ) କାର୍ଯ୍ୟକାରୀ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି। ନୋଟିଫିକେସନ ଅନୁସାରେ ଏହି ଯୋଜନା ୧ ଏପ୍ରିଲ ୨୦୨୫ରୁ କାର୍ଯ୍ୟକାରୀ ହେବ। ୟୁପିଏସ୍ ସ୍କିମ ପୁରୁଣା ପେନସନ ଯୋଜନା (ଓପିଏସ) ଓ ଜାତୀୟ ପେନସନ ସ୍କିମ (ଏନପିଏସ)କୁ ମିସାଇ ପ୍ରସ୍ତୁତ କରାଯାଇଛି। ଏହି ସ୍କିମର ଉଦ୍ଦେଶ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ନିଶ୍ଚିତ ପେନସନ ରାଶି ପ୍ରଦାନ କରିବା। ୨୪ ଜାନୁୟାରୀ ୨୦୨୫ରେ ସରକାରଙ୍କ ଦ୍ୱାରା ଜାରି ନୋଟିଫିକେସନ ଅନୁସାରେ ୟୁପିଏସ୍ କେବଳ ପାତ୍ର କର୍ମଚାରୀଙ୍କ ନିମନ୍ତେ ସାମାନ୍ୟ ସର୍ତ୍ତ ସହିତ ଉପଲବ୍ଧ ହେବ। ଏପରି କର୍ମଚାରୀ ଯେଉଁମାନେ ୧୦ ବର୍ଷ କାମ କରି ଅବସର ନେଉଛନ୍ତି ସେମାନଙ୍କୁ ସେବା ନିବୃତ୍ତି ତାରିଖରୁ ଗ୍ୟାରେଣ୍ଟେଡ ପେନସନ ସ୍କିମର ଲାଭ ମିଳିବ। ସରକାରଙ୍କ ଦ୍ୱାରା ଏଫଆର ୫୬(ଜେ) ଅନୁସାରେ ଅବସର ପ୍ରଦାନ କରାଯାଇଥିବା କର୍ମଚାରୀ(ଯେଉଁମାନେ ଦଣ୍ଡିତ ହୋଇ ନାହାନ୍ତି) ମଧ୍ୟ ସେମାନଙ୍କ ସେବା ନିବୃତ୍ତି ତାରିଖରୁ ପେନସନ ପ୍ରଦାନ କରାଯିବ। ଏହା ଛଡା ଯେଉଁ କର୍ମଚାରୀ ୨୫ ବର୍ଷର ଚାକିରୀ ପରେ ସ୍ୱେଚ୍ଛାକୃତ ସେବା ନିବୃତ୍ତି ନେଉଛନ୍ତି ସେମାନଙ୍କୁ ରିଟାୟାର୍ଡ ତାରିଖରୁ ପେନସନ ପ୍ରଦାନ କରାଯିବ। ଏହି ଯୋଜନା ସେହି କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ ଯେଉଁମାନଙ୍କୁ ଚାକିରୀରୁ ବରଖାସ୍ତ ଅଥବା ଛଟେଇ କରାଯାଇ
ନୂଆଦିଲ୍ଲୀ ୨୫।୧: ସରକାରୀ କର୍ମଚାରୀଙ୍କ ଲାଗି କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ସ୍କିମ୍ (ୟୁପିଏସ) କାର୍ଯ୍ୟକାରୀ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି। ନୋଟିଫିକେସନ ଅନୁସାରେ ଏହି ଯୋଜନା ୧ ଏପ୍ରିଲ ୨୦୨୫ରୁ କାର୍ଯ୍ୟକାରୀ ହେବ। ୟୁପିଏସ୍ ସ୍କିମ ପୁରୁଣା ପେନସନ ଯୋଜନା (ଓପିଏସ) ଓ ଜାତୀୟ ପେନସନ ସ୍କିମ (ଏନପିଏସ)କୁ ମିସାଇ ପ୍ରସ୍ତୁତ କରାଯାଇଛି। ଏହି ସ୍କିମର ଉଦ୍ଦେଶ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ନିଶ୍ଚିତ ପେନସନ ରାଶି ପ୍ରଦାନ କରିବା।
୨୪ ଜାନୁୟାରୀ ୨୦୨୫ରେ ସରକାରଙ୍କ ଦ୍ୱାରା ଜାରି ନୋଟିଫିକେସନ ଅନୁସାରେ ୟୁପିଏସ୍ କେବଳ ପାତ୍ର କର୍ମଚାରୀଙ୍କ ନିମନ୍ତେ ସାମାନ୍ୟ ସର୍ତ୍ତ ସହିତ ଉପଲବ୍ଧ ହେବ। ଏପରି କର୍ମଚାରୀ ଯେଉଁମାନେ ୧୦ ବର୍ଷ କାମ କରି ଅବସର ନେଉଛନ୍ତି ସେମାନଙ୍କୁ ସେବା ନିବୃତ୍ତି ତାରିଖରୁ ଗ୍ୟାରେଣ୍ଟେଡ ପେନସନ ସ୍କିମର ଲାଭ ମିଳିବ। ସରକାରଙ୍କ ଦ୍ୱାରା ଏଫଆର ୫୬(ଜେ) ଅନୁସାରେ ଅବସର ପ୍ରଦାନ କରାଯାଇଥିବା କର୍ମଚାରୀ(ଯେଉଁମାନେ ଦଣ୍ଡିତ ହୋଇ ନାହାନ୍ତି) ମଧ୍ୟ ସେମାନଙ୍କ ସେବା ନିବୃତ୍ତି ତାରିଖରୁ ପେନସନ ପ୍ରଦାନ କରାଯିବ।
ଏହା ଛଡା ଯେଉଁ କର୍ମଚାରୀ ୨୫ ବର୍ଷର ଚାକିରୀ ପରେ ସ୍ୱେଚ୍ଛାକୃତ ସେବା ନିବୃତ୍ତି ନେଉଛନ୍ତି ସେମାନଙ୍କୁ ରିଟାୟାର୍ଡ ତାରିଖରୁ ପେନସନ ପ୍ରଦାନ କରାଯିବ। ଏହି ଯୋଜନା ସେହି କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ ଯେଉଁମାନଙ୍କୁ ଚାକିରୀରୁ ବରଖାସ୍ତ ଅଥବା ଛଟେଇ କରାଯାଇଛି। ଏପରି ମାମଲାରେ ସେମାନଙ୍କୁ ୟୁପିଏସ୍ ସୁବିଧା ବାଛିବାକୁ ସୁଯୋଗ ମିଳିବ ନାହିଁ।
ତେବେ ୨୫ ବା ଅଧିକ ବର୍ଷ ଧରି ଚାକିରୀ କରିଥିବା କର୍ମଚାରୀଙ୍କୁ ସେମାନଙ୍କ ରିଟାୟାରମେଣ୍ଟ ପୂର୍ବରୁ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନସନ ଆକାରରେ ଦିଆଯିବ। ସେହିପରି ୨୫ ବର୍ଷରୁ କମ ବର୍ଷ ଚାକିରୀ କରିଥିବା କର୍ମଚାରୀଙ୍କୁ ଅନୁପାତିକ ପେନସନ ପ୍ରଦାନ କରାଯିବ। ଏହାଛଡା ୧୦ ବର୍ଷ ଓ ଏହାଠୁ ଅଧିକ କାଳ ଧରି ଚାକିରୀ କରିଥିବା କର୍ମଚାରୀଙ୍କୁ ମାସିକ ସର୍ବ ନିମ୍ନ ୧୦ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ। ଯଦି ରିଟାୟାରମେଣ୍ଟ ପରେ ପେନସନଧାରୀଙ୍କ ମୃତ୍ୟୁ ହୁଏ ତାଙ୍କ ପରିବାରକୁ ଶେଷ ପେନସନ ରାଶିର ୬୦ ପ୍ରତିଶତ ପେନସନ ରୂପେ ପ୍ରଦାନ କରାଯିବ।