ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ମିଳିଲା ନୂଆ ଅଧିନାୟକ, ଫେରିଲେ ଶାମି

ମୁମ୍ବାଇ, ୧୧ା୧: ଅପେକ୍ଷାର ଅନ୍ତ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇର ଚୟନ କମିଟି ୧୪ ମାସ ପରେ ଭେଟେରାନ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଦଳରେ ସାମିଲ କରି ସମସ୍ତଙ୍କୁ ଚମକାଇଛନ୍ତି। ଗତ ୧ ବର୍ଷରୁ ଅଧିକ ସମୟ ଧରି ଦଳରୁ ବାହାରେ ଥିବା ଶାମି ଟି୨୦ କ୍ରିକେଟରେ ଦଳକୁ ଫେରିବେ। ତେବେ ସିରିଜ ଜାନୁଆରୀ ୨୨ରୁ କୋଲକାତାରେ ଆରମ୍ଭ ହେବ। […] The post ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ମିଳିଲା ନୂଆ ଅଧିନାୟକ, ଫେରିଲେ ଶାମି appeared first on Dharitri Odia News.

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ମିଳିଲା ନୂଆ ଅଧିନାୟକ, ଫେରିଲେ ଶାମି

ମୁମ୍ବାଇ, ୧୧ା୧: ଅପେକ୍ଷାର ଅନ୍ତ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇର ଚୟନ କମିଟି ୧୪ ମାସ ପରେ ଭେଟେରାନ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଦଳରେ ସାମିଲ କରି ସମସ୍ତଙ୍କୁ ଚମକାଇଛନ୍ତି। ଗତ ୧ ବର୍ଷରୁ ଅଧିକ ସମୟ ଧରି ଦଳରୁ ବାହାରେ ଥିବା ଶାମି ଟି୨୦ କ୍ରିକେଟରେ ଦଳକୁ ଫେରିବେ। ତେବେ ସିରିଜ ଜାନୁଆରୀ ୨୨ରୁ କୋଲକାତାରେ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କୁ ୧୫ ଜଣିଆ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମ୍‌ସନ (ଉଇକେଟକିପର), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଓ୍ବାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ଉଇକେଟକିପର)।

The post ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ମିଳିଲା ନୂଆ ଅଧିନାୟକ, ଫେରିଲେ ଶାମି appeared first on Dharitri Odia News.