ସରକାରୀ ଜମି ଉଚ୍ଛେଦ କରି ବସ୍ଷ୍ଟପ୍ ପାଇଁ ଦାବି
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁର ମୌଜାରେ ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,ଉକ୍ତ ମୌଜାର ମୁଖ୍ୟ ରାସ୍ତାକଡ଼ରେ ମୂଲ୍ୟବାନ ୧ ଏକର ୨୧ ଡେସିମିଲି ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଉକ୍ତ ଜମିକୁ ଜବରଦଖଲକାରୀମାନେ ବ୍ୟବହାର କରି ଲାଭ କରୁଥିବା ବେଳେ ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ସହରର କଟକ-ଭୁବନେଶ୍ୱରକୁ ଯାଉଥିବା ବସ୍ ସ୍ଥାନ ଅଭାବରୁ ରାସ୍ତା କଡ଼ରେ ଛିଡ଼ା ହୋଇ […] The post ସରକାରୀ ଜମି ଉଚ୍ଛେଦ କରି ବସ୍ଷ୍ଟପ୍ ପାଇଁ ଦାବି appeared first on Dharitri Odia News.
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁର ମୌଜାରେ ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,ଉକ୍ତ ମୌଜାର ମୁଖ୍ୟ ରାସ୍ତାକଡ଼ରେ ମୂଲ୍ୟବାନ ୧ ଏକର ୨୧ ଡେସିମିଲି ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଉକ୍ତ ଜମିକୁ ଜବରଦଖଲକାରୀମାନେ ବ୍ୟବହାର କରି ଲାଭ କରୁଥିବା ବେଳେ ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ସହରର କଟକ-ଭୁବନେଶ୍ୱରକୁ ଯାଉଥିବା ବସ୍ ସ୍ଥାନ ଅଭାବରୁ ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଥିବା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବସ୍ ରାସ୍ତାରେ ଛିଡ଼ା ହେଉଥିବାରୁ ଲାବଣ୍ୟ ଛକ ନିକଟରେ ସବୁଦିନ ଟ୍ରାଫିକ୍ ଜାମ୍ ହେଉଥିବା ବେଳେ ଆମ୍ବୁଲାନ୍ସ ଚଳାଚଳ ବ୍ୟାହତ ହେଉଥିଲା। ଏଣୁ ଏହି ଜମି ବ୍ୟବହାର କରାଗଲେ ସୁବିଧାରେ ବସ୍ ପାର୍କିଂ ହୋଇପାରିବ ଏବଂ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ମତପ୍ରକାଶ ପାଉଛି। ନିକଟରେ ରାଜ୍ୟ ସରକାର ସରକାରୀ ଜମି ଉଚ୍ଛେଦ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳମାନଙ୍କୁ ଚିଠି କରିଥିବା ବେଳେ ଦୀର୍ଘ ବର୍ଷ ଧରି ଜବରଦଖଲ ଥିବା ଉକ୍ତ ଜମିରେ ଉଚ୍ଛେଦ କରି ବସ୍ଷ୍ଟପ୍ ନିର୍ମାଣ କରିବାକୁ ଦାବି ହୋଇଛି। ସେହିପରି ଆର୍ଟିଓ ଅଫିସ ନିକଟରେ ମଧ୍ୟ ସରକାରୀ ଜମି ଜବରଦଖଲ ହୋଇଥିବାରୁ ଆର୍ଟିଓ ଅଫିସକୁ କାମରେ ଆସୁଥିବା ଲୋକଙ୍କ ଗାଡ଼ି ରାସ୍ତାରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ସ୍ଥାନକୁ ଚିହ୍ନଟ କରି ଆର୍ଟିଓ ଅଫିସକୁ ଆସୁଥିବା ଗାଡ଼ି ତଥା ସର୍ବସାଧାରଣଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହେଲେ ସହରର ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ସେହିପରି ଗାନ୍ଧୀ ଛକ ନିକଟରେ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବ୍ୟବସାୟିକ ଦୋକାନ ଚାଲିଥିବାରୁ ଛକ ସଂକୁଚିତ ହୋଇ ନାନା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଏହି ସ୍ଥାନ ଚିହ୍ନଟ କରି ଜବରଦଖଲ ମୁକ୍ତ କରାଗଲେ ରାସ୍ତା ପ୍ରଶସ୍ତ ହେବା ସହ ମାର୍କେଟକୁ ଆସୁଥିବା ଲୋକଙ୍କ ଗାଡ଼ି ପାର୍କିଂ ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି।
The post ସରକାରୀ ଜମି ଉଚ୍ଛେଦ କରି ବସ୍ଷ୍ଟପ୍ ପାଇଁ ଦାବି appeared first on Dharitri Odia News.