ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା

କଟକ ସଦର,୨୧ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେଣୁ ଆଜି ୧୧ଟା ବେଳେ ଅନାସ୍ଥା ଉପରେ ଆଲୋଚନା ଆରମ୍ଭ ହେବା କଥା। ମାତ୍ର ଆବଶ୍ୟକ ଥିବା ତୃତୀୟାଂଶ ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ଉପସ୍ଥିତ ଥିଲେ।୨ ଜଣ ନ ଆସିବାରୁ ପ୍ରସ୍ତାବ […] The post ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା appeared first on Dharitri Odia News.

ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା

କଟକ ସଦର,୨୧ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେଣୁ ଆଜି ୧୧ଟା ବେଳେ ଅନାସ୍ଥା ଉପରେ ଆଲୋଚନା ଆରମ୍ଭ ହେବା କଥା। ମାତ୍ର ଆବଶ୍ୟକ ଥିବା ତୃତୀୟାଂଶ ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ଉପସ୍ଥିତ ଥିଲେ।୨ ଜଣ ନ ଆସିବାରୁ ପ୍ରସ୍ତାବ ପାଇଁ ଦରକାର୍‌ ଥିବା କୋରମର ଅଭାବ ହେଲା।

ଅନ୍ୟ ପକ୍ଷରେ ସରପଞ୍ଚ ପାତ୍ରଙ୍କ ସମର୍ଥକ କୁହାଯାଉଥିବା ୭ ଜଣ ଓ୍ବାର୍ଡସଭ୍ୟାସଭ୍ୟ ବୈଠକକୁ ଆସି ନ ଥିଲେ। ଏପରିକି ସରପଞ୍ଚଙ୍କର ମଧ୍ୟ ଦେଖା ମିଳି ନ ଥିଲା।

The post ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା appeared first on Dharitri Odia News.