ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ
ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା ଆଡପଡ଼ା ଗ୍ରାମର ସୁନୀଲ ସେଠୀ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପିଣ୍ଟୁ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ କେସ୍ ନଂ.୧୪୨/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଶନିବାର ସକାଳେ ଗ୍ରାମର […] The post ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ appeared first on Dharitri Odia News.
ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା ଆଡପଡ଼ା ଗ୍ରାମର ସୁନୀଲ ସେଠୀ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପିଣ୍ଟୁ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ କେସ୍ ନଂ.୧୪୨/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଶନିବାର ସକାଳେ ଗ୍ରାମର ନଦୀ ପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିବା ପରେ ପିଣ୍ଟୁ ନଦୀକୁ ଯାଇ ଫଟୋ ଉଠାଉଥିବା ବେଳେ ସୁନୀଲ ସେଠାରେ ପହଞ୍ଚି ତାଙ୍କ ସାର୍ଟ କଲର ଧରି ଆପତ୍ତିଜନକ ଭାଷାରେ ଗାଳି କରିବା ସହ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ଏଠାରୁ ପଳାଇ ଯାଅ। ନହେଲେ ଗୁଳି କରି ମାରି ଏଠାରେ ପୋତି ଦେବି କହିବାରୁ ପିଣ୍ଟୁ ପୋଲିସକୁ ଫୋନ କରିଥିଲେ।ସୁନୀଲ ଆଣିଥିବା ଧଳା ରଙ୍ଗର ବୋଲେରୋ ଗାଡ଼ି( ନଂ. ଓଡି ୩୩ ଏକ୍ସ ୭୮୮୮) ଯୋଗେ ସେଠାରୁ ପଳାଇଥିବା ଏତଲାରେ ଉଲ୍ଲେଖ ରହିଛି।
The post ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ appeared first on Dharitri Odia News.