ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା
ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଶନିବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାପା ବୃଷଭ ଗନ୍ଧା ଓ ତାଙ୍କ ପୁଅ ତରୁଣ ଗନ୍ଧା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ଏକ ସରକାରୀ ପୋଖରୀକୁ ବୃଷଭ ନିଜର ରୟତି […] The post ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା appeared first on Dharitri Odia News.
ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଶନିବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାପା ବୃଷଭ ଗନ୍ଧା ଓ ତାଙ୍କ ପୁଅ ତରୁଣ ଗନ୍ଧା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ଏକ ସରକାରୀ ପୋଖରୀକୁ ବୃଷଭ ନିଜର ରୟତି ଜମିରେ ଥିବା କହି ଦାବି କରୁଛନ୍ତି। ହେଲେ ଆବଶ୍ୟକ କାଗଜପତ୍ର ଦେଖାଇ ପାରୁନାହାନ୍ତି। ପଞ୍ଚାୟତ ପକ୍ଷରୁ ମାଛ ଚାଷ ପାଇଁ ନିଲାମ ହେବାରୁ ସେମାନେ ସରପଞ୍ଚ ସାଇବାନୀ ଲାକ୍ରାଙ୍କ ଘରକୁ ଯାଇ କିଛିଦିନ ହେଲା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗ୍ରାମ ରାସ୍ତାରେ ଯାଉଥିବାବେଳେ ମଧ୍ୟ ଗାଳି ଧମକ ଦେଉଥିଲେ। ଗତ ୧୬ ତାରିଖ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମାଜିକ ସମୀକ୍ଷା ବୈଠକରେ ମଧ୍ୟ ସରପଞ୍ଚଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ବଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା। ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ଘଟଣାର ତଦନ୍ତ କରି ଉଭୟ ବାପ ପୁଅଙ୍କୁ ଗିରଫ କରିଛନ୍ତି।
The post ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା appeared first on Dharitri Odia News.