ସରିଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ହଜାର ହଜାର ଭକ୍ତଙ୍କ ଗହଣରେ ନିଜସ୍ବ ମନ୍ଦିରରେ ପହଞ୍ଚିଲେ…

ପୁରୁଷୋତ୍ତମପୁର,୯ା୬(ସୀମାଞ୍ଚଳ ମିଶ୍ର): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରା। ରବିବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳହୋଇ ମା’ଙ୍କୁ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା’ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହରବାସୀ। ବାଦ୍ୟବାଜଣା ଓ ଆତସବାଜିର ବିରାଟ ପଟୁଆର ସହ ହଜାର ହଜାର ଭକ୍ତଙ୍କ ମେଳରେ ମା’ କନକା ଠାକୁରାଣୀ ତାଙ୍କର ପୁଅ କାଳୁଆ, ଝିଅ ତାରାତାରିଣୀ କାଳୀ ଓ ବୋହୂ ଫୁଲସୁନ୍ଦରୀଙ୍କୁ ସଙ୍ଗରେ ଧରି ସାହି ସାହି ବୁଲି […] The post ସରିଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ହଜାର ହଜାର ଭକ୍ତଙ୍କ ଗହଣରେ ନିଜସ୍ବ ମନ୍ଦିରରେ ପହଞ୍ଚିଲେ… appeared first on Dharitri Odia News.

ସରିଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ହଜାର ହଜାର ଭକ୍ତଙ୍କ ଗହଣରେ ନିଜସ୍ବ ମନ୍ଦିରରେ ପହଞ୍ଚିଲେ…

ପୁରୁଷୋତ୍ତମପୁର,୯ା୬(ସୀମାଞ୍ଚଳ ମିଶ୍ର): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରା। ରବିବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳହୋଇ ମା’ଙ୍କୁ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା’ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହରବାସୀ। ବାଦ୍ୟବାଜଣା ଓ ଆତସବାଜିର ବିରାଟ ପଟୁଆର ସହ ହଜାର ହଜାର ଭକ୍ତଙ୍କ ମେଳରେ ମା’ କନକା ଠାକୁରାଣୀ ତାଙ୍କର ପୁଅ କାଳୁଆ, ଝିଅ ତାରାତାରିଣୀ କାଳୀ ଓ ବୋହୂ ଫୁଲସୁନ୍ଦରୀଙ୍କୁ ସଙ୍ଗରେ ଧରି ସାହି ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ନିଜ ନିଜର ମୁଖ୍ୟ ମନ୍ଦିରକୁ ଫେରିଯାଇଛନ୍ତି। ରାତି ଆଠଟାରେ ବଡବଜାର ଅସ୍ଥାୟୀ ମନ୍ଦିରଠାରୁ ମା’ ପଞ୍ଚଠାକୁରାଣୀଙ୍କ ଘଟ ବାହାରି ନରସିଂହଦାଶ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ମା’ ବିଜେ କରିବା ପରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ବାଣଯାତ୍ରା ପରେ ମା’ଙ୍କୁ ସମଗ୍ର ସହର ପରିକ୍ରମା କରାଯାଇଥିଲା। ଦାଣ୍ଡେ ଦାଣ୍ଡେ ମା’ ପାଞ୍ଚ ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେଇ ଭୋରରେ ନିଜ ନିଜର ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ଏହିଯାତ୍ରା ଅବସରରେ ସହରର ବିଭିନ୍ନ ସାହିବସ୍ତିରେ ସୁନ୍ଦର ମେଢ ନିର୍ମାଣ ସହ ରଙ୍ଗିନ ଆଲୋକରେ ସଜ୍ଜା ଯାଇଥିଲା। ନରସିଂହ ଦାଶ ହାଇସ୍କୁଲ ପଡିଆରେ ଅନ୍ତଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମା’ ପଞ୍ଚ ଠାକୁରାଣୀଙ୍କୁ ଅନ୍ନଯଜ୍ଞ ସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଯେନା, ସୋରଡ଼ା ବିଧାୟକ ନିଳମଣୀ ବିଷୋଇ,ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, ଅନିଲ କୁମାର ପଣ୍ଡା, ନିର୍ମଳ ଚନ୍ଦ୍ର ସାହୁ ଯୋଗ ଦେଇ ମା’ଙ୍କ ଦର୍ଶନକରି ଆଶୀର୍ବାଦ ନେଇଥିଲେ। ଏହା ସାଙ୍ଗକୁ ଅପେରା, ରାମଦୋଳି, ମୀନାବଜାର ସହ ବିଭିନ୍ନ ସାହିରେ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ନାଚ ପରିବେଷଣ ହୋଇଥିଲା। ହନୁମାନବଜାରଠାରେ ସନ୍ଧ୍ୟାରେ ଅନ୍ତଯଜ୍ଞ ଅନୁଷ୍ଠିତ ହୋଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହିଯାତ୍ରା ଗତମାସ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହାକୁ ଯାତ୍ରା ଅଧିକାରୀ ରମାକାନ୍ତ ଦାଶ, କପିଳେଶ୍ବର ବଣିକସଂଘର ସଭାପତି ରବୀନ୍ଦ୍ର କୁମାର ପାତ୍ର, ସମ୍ପାଦକ ତ୍ରୀନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣଦାଶ, ମୁନାଦାଶ, ରବୀନ୍ଦ୍ର ପଣ୍ଡାଙ୍କ ସମେତ ବଣିକ ସଂଘର ସମସ୍ତ ସଦସ୍ୟ ପରିଚାଳନାକରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ଡଃ ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।

The post ସରିଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ହଜାର ହଜାର ଭକ୍ତଙ୍କ ଗହଣରେ ନିଜସ୍ବ ମନ୍ଦିରରେ ପହଞ୍ଚିଲେ… appeared first on Dharitri Odia News.