ନୂଆଁଖାଇ ଉପଲକ୍ଷେ ସୋମବାର ବନ୍ଦ ରହିବ ବିଦ୍ୟାଳୟ
ଭୁବନେଶ୍ୱର,୪।୯: ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ […] The post ନୂଆଁଖାଇ ଉପଲକ୍ଷେ ସୋମବାର ବନ୍ଦ ରହିବ ବିଦ୍ୟାଳୟ appeared first on Dharitri Odia News.
ଭୁବନେଶ୍ୱର,୪।୯: ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଶ୍ରୀ ଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭାରେ ଏଥିପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି।
ସ୍ଥାନୀୟ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ପଣ୍ଡିତ ମହାସଭାର ପଣ୍ଡିତ ଓ ବିଦ୍ବାନଙ୍କ ଏକ ବୈଠକରେ ବିଷ୍ଣୁସହସ୍ର ନାମ ପାଠ ପରେ ଆସନ୍ତା ସେପ୍ଟେମ୍ବର ୮ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ପୂର୍ବାହ୍ନ ୯ଟା ୧୨ ମିନିଟ୍ ରୁ ୯ ଟା ୨୭ ମଧ୍ୟରେ ତୁଳା ଲଗ୍ନରେ ସମ୍ବଲପୁରର ଆରାଦ୍ଧ୍ଯ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଦିନ ଓ ସମୟ ଧାର୍ଯ୍ଯ ହୋଇଛି।
ନୂଆଖାଇ ଏକ ଗଣପର୍ବ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।
The post ନୂଆଁଖାଇ ଉପଲକ୍ଷେ ସୋମବାର ବନ୍ଦ ରହିବ ବିଦ୍ୟାଳୟ appeared first on Dharitri Odia News.