ସରିଲା ରାଜ୍ୟ ପୁସ୍ତକ ମହୋତ୍ସବ: ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ
ଭୁବନେଶ୍ୱର:୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବିଗତ ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ଆଜିର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ […]

ଭୁବନେଶ୍ୱର:୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବିଗତ ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ଆଜିର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ ସମାଜରେ ପୁସ୍ତକର ସ୍ଥାନ ଅନନ୍ୟ।ପାଠକ ମନରେ ଶାନ୍ତି ଓ ପ୍ରଶାନ୍ତିର ଭାବ ଆଣିଥାଏ ପୁସ୍ତକ। ବହିର ଅନ୍ୟ କୌଣସି ବିକଳ୍ପ ନାହିଁ।ଆଜିର ସୋସିଆଲ୍ ମିଡ଼ିଆ ଯୁଗରେ ମଧ୍ୟ ପୁସ୍ତକର ଚାହିଦା ବଢିଛି। ଚଳିତ ବର୍ଷ ପୁସ୍ତକ ମେଳାରେ ବିଶେଷ ଭାବରେ ଯୁବପିଢ଼ି ବହି କିଣିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ପୁସ୍ତକ ମେଳାରେ ୩ କୋଟିରୁ ଅଧିକ ବ୍ୟବସାୟ ହୋଇଛି। ପୁସ୍ତକ ମେଳାରେ ପ୍ରାୟ ୧୫୦ ପ୍ରକାଶକ ସଂସ୍ଥା ଓ ପୁସ୍ତକ ବିକ୍ରେତାମାନେ ଯୋଗ ଦେଇଥିବାବେଳେ ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ନିର୍ମିତ ହୋଇଥିଲା।