ସରିଲା ୧୩ ଦିନିଆ ଦଣ୍ଡଯାତ୍ରା
ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡ଼ା, ବାରଖମା, ମୋହନଗିରି, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ଓ କିଲୁପଡ଼ା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ […] The post ସରିଲା ୧୩ ଦିନିଆ ଦଣ୍ଡଯାତ୍ରା appeared first on Dharitri Odia News.
ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡ଼ା, ବାରଖମା, ମୋହନଗିରି, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ଓ କିଲୁପଡ଼ା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ସମାପ୍ତ ପରେ ଜଳଘାଟରେ କାଳୀଙ୍କ ପୂଜା ହୋଇଥିଲା। ଭୁକ୍ତା ଓ ଗୁହାରିଆମାନଙ୍କର ମାନସିକ ପୂରଣ ହୋଇଥିବାରୁ ସେମାନେ ମା’ଙ୍କୁ ଦାନ ଦେଇଥିଲେ। ମାନସିକଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜଳ ଲାଗି କରିବା ପରେ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା। ଏହା ପରେ ମେରୁ ଯଜ୍ଞସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରୀତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ମନ୍ଦିର କମିଟି ଆନୁକୂଲ୍ୟରେ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପରିସରରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l
The post ସରିଲା ୧୩ ଦିନିଆ ଦଣ୍ଡଯାତ୍ରା appeared first on Dharitri Odia News.