ସର୍ପ ଦଂଶନରେ ଚାଲିଗଲା ସାପ ଧରାଳିଙ୍କ ଜୀବନ
ବୀରମହାରାଜପୁର,୨୪।୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ ଧରାଳି ଜଣକ ଥାନା ଭିତରେ ଲୋକଙ୍କୁ ସାପ ଦେଖାଉଥିବା ବେଳେ ସାପ କାମଡ଼ାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା। ସେ ମେଣ୍ଡାମାଳ ଗାଁର ବାସିନ୍ଦା ବୋଲି ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ସାପ ଧରାଳି ଗୌର ଚମ୍ପାମାଳ ଗ୍ରାମର ଜଣଙ୍କ ଘରୁ ଏକ ବିଷଧର ସାପ […] The post ସର୍ପ ଦଂଶନରେ ଚାଲିଗଲା ସାପ ଧରାଳିଙ୍କ ଜୀବନ appeared first on Dharitri Odia News.
ବୀରମହାରାଜପୁର,୨୪।୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ ଧରାଳି ଜଣକ ଥାନା ଭିତରେ ଲୋକଙ୍କୁ ସାପ ଦେଖାଉଥିବା ବେଳେ ସାପ କାମଡ଼ାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା। ସେ ମେଣ୍ଡାମାଳ ଗାଁର ବାସିନ୍ଦା ବୋଲି ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ସାପ ଧରାଳି ଗୌର ଚମ୍ପାମାଳ ଗ୍ରାମର ଜଣଙ୍କ ଘରୁ ଏକ ବିଷଧର ସାପ ଧରିଥିଲେ। ପରେ ସେ ସାପ ଧରି ବୀରମହାରାଜପୁର ଥାନାକୁ ଆସିଥିଲେ। ଥାନା ପରିସରରେ ଲୋକଙ୍କୁ ସାପ ପ୍ରଦର୍ଶନ କରୁଥିଲେ। ସେତିକିବେଳେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳି ଗୌରଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post ସର୍ପ ଦଂଶନରେ ଚାଲିଗଲା ସାପ ଧରାଳିଙ୍କ ଜୀବନ appeared first on Dharitri Odia News.