ସର୍ଫରାଜ ଖାନ୍ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍ ଟିମ୍ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ନାହିଁ । ଏହି କାରଣରୁ ଟିମ୍ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦୀଲିପ୍ ଟ୍ରଫିରେ ଖେଳିବେ । ଷ୍ଟାର୍ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବୁଚି ବାବୁ ଟୁର୍ନାମେଣ୍ଟରେ ମୁମ୍ବାଇ ପାଇଁ ଖେଳିବେ। ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇର ଅଧିନାୟକ ରହିଛନ୍ତି ସର୍ଫରାଜ ଖାନ। ଅଜିଙ୍କ୍ୟ ରାହାଣେଙ୍କ […] The post ସର୍ଫରାଜ ଖାନ୍ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର appeared first on Dharitri Odia News.
ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍ ଟିମ୍ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ନାହିଁ । ଏହି କାରଣରୁ ଟିମ୍ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦୀଲିପ୍ ଟ୍ରଫିରେ ଖେଳିବେ । ଷ୍ଟାର୍ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବୁଚି ବାବୁ ଟୁର୍ନାମେଣ୍ଟରେ ମୁମ୍ବାଇ ପାଇଁ ଖେଳିବେ। ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇର ଅଧିନାୟକ ରହିଛନ୍ତି ସର୍ଫରାଜ ଖାନ। ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ସେ ଅଧିନାୟକତ୍ୱ ଦାୟିତ଼୍ବ ନେଇଛନ୍ତି। କାରଣ ରାହାଣେ ବର୍ତ୍ତମାନ ଇଂଲଣ୍ଡରେ କାଉଣ୍ଟିଂ କ୍ରିକେଟ ଖେଳୁଛନ୍ତି।
ବୁଚି ବାବୁ ଟୁର୍ନାମେଣ୍ଟରେ ସୁର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ପାଇଁ ଖେଳିବେ। ୩ଟିି ଟେଷ୍ଟ ମ୍ୟାଚ ଖେଳିଥିବା ସର୍ଫରାଜ ଖାନଙ୍କୁ ଦଳର କ୍ୟାପ୍ଟେନ୍ ଭାର ମିଳିଛି । ଆୟର୍ ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡ ପାଇଁ କଣ୍ଟ୍ରୋଲ ବୋର୍ଡର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାହାରେ ଅଛନ୍ତି। ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ପରେ ପିଠିରେ ସମସ୍ୟା ହେତୁ ସେ ଅବଶିଷ୍ଟ ମ୍ୟାଚ ଖେଳିପାରିନଥିଲେ । କିନ୍ତୁ ମାର୍ଚ୍ଚ ଆରମ୍ଭରେ ରଣଜୀ ଟ୍ରଫି ଟୁର୍ନାମେଣ୍ଟର ସେମିଫାଇନାଲ ଏବଂ ଫାଇନାଲରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ପରେ ସେ ଶ୍ରୀଲଙ୍କା ବିପକ୍ଷ ଓଡିଆଇ ସିରିଜ ଖେଳିଥିଲେ।
The post ସର୍ଫରାଜ ଖାନ୍ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର appeared first on Dharitri Odia News.