ସର୍ବଶ୍ରେଷ୍ଠ ସାମରିକ ଅପରେଶନ
୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଭାରତୀୟ ସୈନ୍ୟମାନେ ସୁରକ୍ଷିତ ଫେରି ଆସିଥିଲେ। ଏହ ପରଠାରୁ ଏହି ଐତିହାସିକ ଦିନଟି ଭାରତରେ ସର୍ଜିକାଲ ଷ୍ଟ୍ରାଇକ ଡେ’ ଭାବରେ ଜଣାଶୁଣା। ସେପ୍ଟେମ୍ବର ୧୮, ୨୦୧୬ରେ ପାକିସ୍ତାନର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ […] The post ସର୍ବଶ୍ରେଷ୍ଠ ସାମରିକ ଅପରେଶନ appeared first on Dharitri Odia News.
୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଭାରତୀୟ ସୈନ୍ୟମାନେ ସୁରକ୍ଷିତ ଫେରି ଆସିଥିଲେ। ଏହ ପରଠାରୁ ଏହି ଐତିହାସିକ ଦିନଟି ଭାରତରେ ସର୍ଜିକାଲ ଷ୍ଟ୍ରାଇକ ଡେ’ ଭାବରେ ଜଣାଶୁଣା।
ସେପ୍ଟେମ୍ବର ୧୮, ୨୦୧୬ରେ ପାକିସ୍ତାନର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୮ ସୈନିକ ଶହୀଦ ହୋଇଥିଲେ। ଏହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଆତଙ୍କବାଦୀଙ୍କୁ ଆଦୌ କ୍ଷମା ଦିଆଯିବ ନାହିଁ ଏବଂ ୧୮ ସୈନିକଙ୍କ ବଳିଦାନ ବୃଥା ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ ଭାରତୀୟ ସେନାର ସ୍ବତନ୍ତ୍ର ବାହିନୀ ଲାଇନ ଅଫ କଣ୍ଟ୍ରୋଲ (ଏଲ୍ଓସି) ଅତିକ୍ରମ କରି କଶ୍ମୀରକୁ ଅକ୍ତିଆର କରିଥିବା ପାକିସ୍ତାନରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ତାହାକୁ ଧ୍ୱଂସ କରିଥିଲା। ଏହି ଆକ୍ରମଣରେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀଙ୍କ ୬ଟି ଲଞ୍ଚପ୍ୟାଡ ଧ୍ୱଂସ କରିଥିଲେ ଏବଂ ଏହି କାର୍ଯ୍ୟରେ ପ୍ରାୟ ୪୫ ଆତଙ୍କବାଦୀ ନିହତ ହୋଇଥିଲେ।
ଏହି ଆକ୍ରମଣର ଦୁଇ ବର୍ଷ ପରେ, ୨୦୧୮ରେ ଭାରତ ସରକାର ଏହି ଦିନକୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଏହି ସର୍ଜିକାଲ ଷ୍ଟ୍ରାଇକକୁ ସର୍ବଶ୍ରେଷ୍ଠ ସାମରିକ ଅପରେଶନ ଭାବରେ ମଧ୍ୟ ଗଣନା କରାଯାଇଥାଏ।
The post ସର୍ବଶ୍ରେଷ୍ଠ ସାମରିକ ଅପରେଶନ appeared first on Dharitri Odia News.