ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ
ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଶୁକ୍ରବାର ଅପରାହ୍ନରେ ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲର ସହାୟତା ନେଇ ବାଙ୍ଗାଲୋରରୁ ସାଇକେଲରେ ବାହାରି ବିଭିନ୍ନ ରାଜ୍ୟ ହୋଇ ଶେଷରେ ଓଡ଼ିଶାର କେନ୍ଦୁଝର ଜିଲା ହଦଗଡ଼ ଦେଇ ନୀଳଗିରି ପଞ୍ଚଲିଙ୍ଗେଶ୍ୱରଠାରେ ପହଞ୍ଚତ୍ଥିଲେ। ସେଠାରେ ହୋଟେଲ ସାଇ ଈଶ୍ୱରୀ ହିଲ୍ ଭିଉ ରିସୋର୍ଟରେ ପହଞ୍ଚିଥିବା ପରେ ହୋଟେଲ ମାଲିକ […] The post ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ appeared first on Dharitri Odia News.
ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଶୁକ୍ରବାର ଅପରାହ୍ନରେ ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲର ସହାୟତା ନେଇ ବାଙ୍ଗାଲୋରରୁ ସାଇକେଲରେ ବାହାରି ବିଭିନ୍ନ ରାଜ୍ୟ ହୋଇ ଶେଷରେ ଓଡ଼ିଶାର କେନ୍ଦୁଝର ଜିଲା ହଦଗଡ଼ ଦେଇ ନୀଳଗିରି ପଞ୍ଚଲିଙ୍ଗେଶ୍ୱରଠାରେ ପହଞ୍ଚତ୍ଥିଲେ। ସେଠାରେ ହୋଟେଲ ସାଇ ଈଶ୍ୱରୀ ହିଲ୍ ଭିଉ ରିସୋର୍ଟରେ ପହଞ୍ଚିଥିବା ପରେ ହୋଟେଲ ମାଲିକ ମନୋରଞ୍ଜନ ଦାସ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ସେଠାରେ ରାତ୍ରିଯାପନ କରିଥିଲେ। ତାଙ୍କୁ ରିସୋର୍ଟ ତରଫରୁ ଓଡ଼ିଆ ଖାଦ୍ୟ ରୁଟି, ଡାଲମା, ପନିର, ସାଲାଡ଼, ମିକ୍ସଭେଜ୍ ଖାଇବାକୁ ଦିଆଯାଇଥିଲା। ଏହି ଖାଦ୍ୟ ଖାଇ ପର୍ଯ୍ୟଟକ ଖୁବ୍ ପ୍ରଶଂସା କରିଥିଲେ। ଶନିବାର ହୋଟେଲ ମାଲିକ ମନୋରଞ୍ଜନ ଦାସଙ୍କ ସହିତ କଥାବାର୍ତ୍ତା ହୋଇ ବାଲେଶ୍ୱରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଡଗରା ବେଳାଭୂମି ହୋଇ କୋଲକାତା ଅଭିମୁଖେ ଯାତ୍ରା କରିବେ ବୋଲି ପ୍ରକାଶ କରିଥିଲେ। ଦୈନିକ ୮୦ରୁ ୧୦୦କି.ମି. ସାଇକେଲ ଯାତ୍ରା କରୁଥିବା ଥିଏରୀ ସୂଚନା ଦେଇଛନ୍ତି।
The post ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ appeared first on Dharitri Odia News.