ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ
କଟକ, ୨୫।୧୨: ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟକ ଜିଲା ଲାଲ୍ବାଗ ଥାନା ସିଦ୍ଧେଶ୍ବରସାହିରେ। ମୃତ ବ୍ୟକ୍ତି କଟକସ୍ଥିତ ସାଇବର ପୋଲିସ ଷ୍ଟେସନରେ ଜଣେ କନଷ୍ଟେବଳ ଥିଲେ। ମୃତ ମହିଳା ଜଣକ ବିଷ୍ନୁପ୍ରିୟ ମଲ୍ଲିକ (୩୦) ଏବଂ ଅଭିଯୁକ୍ତ ଜଣକ ବିଶ୍ୱଜିତ ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ବିଶ୍ୱଜିତ୍ ଏବଂ ବିଷ୍ନୁପ୍ରିୟ ୨୦୧୯ ରେ ବିବାହ କରିଥିଲେ। ପରେ ସେମାନଙ୍କର ଏକ କନ୍ୟା […] The post ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ appeared first on Dharitri Odia News.
କଟକ, ୨୫।୧୨: ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟକ ଜିଲା ଲାଲ୍ବାଗ ଥାନା ସିଦ୍ଧେଶ୍ବରସାହିରେ। ମୃତ ବ୍ୟକ୍ତି କଟକସ୍ଥିତ ସାଇବର ପୋଲିସ ଷ୍ଟେସନରେ ଜଣେ କନଷ୍ଟେବଳ ଥିଲେ।
ମୃତ ମହିଳା ଜଣକ ବିଷ୍ନୁପ୍ରିୟ ମଲ୍ଲିକ (୩୦) ଏବଂ ଅଭିଯୁକ୍ତ ଜଣକ ବିଶ୍ୱଜିତ ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ବିଶ୍ୱଜିତ୍ ଏବଂ ବିଷ୍ନୁପ୍ରିୟ ୨୦୧୯ ରେ ବିବାହ କରିଥିଲେ। ପରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସ୍ୱାମୀ ଓ ସ୍ତ୍ରୀ ଗତ ତିନି ବର୍ଷ ଧରି କଟକସ୍ଥିତ ସିଦ୍ଧେଶ୍ୱର ସାହିରେ ଏକ ଭଡା ଘରେ ରହୁଥିଲେ।
ପ୍ରାଥମିକ ଅନୁସନ୍ଧାନରୁ ଏହା ଜାଣିବାକୁ ମିଳିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ବଜିତ ଏକ ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ତେବେ ଏହି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜକୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲା। ସେ ନିଜ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ତେବେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ।
ଏପରି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା ବେଳେ ଏହି ସବୁ ଘଟଣା ବିଷୟରେ ଜାଣି ନ ଥିବାରୁ ଦମ୍ପତିଙ୍କ ପାଞ୍ଚ ବର୍ଷର ଝିଅ ରିପୋର୍ଟ ଲେଖିବା ବେଳକୁ ଘରେ ଶୋଇଥିଲେ।
The post ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ appeared first on Dharitri Odia News.