ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ
ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧ ଦିନ ବ୍ୟାପୀ ଚନ୍ଦନ ମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହିବ। ଚନ୍ଦନ ଯାତ୍ରା ଅବ୍ୟବହିତ ପୂର୍ବରୁ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀକୁ ଲାଗି ରହିଥିବା ନଅର ବଗିଚାରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଚନ୍ଦନ ଗଛ କାଟି ନେଇଛନ୍ତି। ମଙ୍ଗଳବାର ବଗିଚାରୁ ଚନ୍ଦନ […] The post ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ appeared first on Dharitri Odia News.
ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧ ଦିନ ବ୍ୟାପୀ ଚନ୍ଦନ ମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହିବ। ଚନ୍ଦନ ଯାତ୍ରା ଅବ୍ୟବହିତ ପୂର୍ବରୁ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀକୁ ଲାଗି ରହିଥିବା ନଅର ବଗିଚାରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଚନ୍ଦନ ଗଛ କାଟି ନେଇଛନ୍ତି। ମଙ୍ଗଳବାର ବଗିଚାରୁ ଚନ୍ଦନ ଗଛ ଚୋରି ଘଟଣା ପ୍ରଥମେ ବଗିଚା ରକ୍ଷକ ଜାଣିବା ପରେ ମନ୍ଦିର ବଗିଚା ପରିଦର୍ଶକ ମନୋରଞ୍ଜନ ମହାନ୍ତିଙ୍କୁ ଜଣାଇଥିଲେ। ପ୍ରାୟ ୩୦ ବର୍ଷରୁ ଅଧିକ ପୁରୁଣା ଗଛଟିର ଗୋଲେଇ ୨ ଫୁଟ ଓ ଉଚ୍ଚତା ୧୦ ଫୁଟ ଲମ୍ବ ହେବ ବୋଲି ମନୋରଞ୍ଜନ କହିଛନ୍ତି। କରତ ସାହାଯ୍ୟରେ ଗଛଟି ମୂଳରୁ କାଟି ନେଇ ଗଛମୂଳରେ ଡାଳପତ୍ର ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ସତ୍ୟବାଦୀ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ଘଟଣାସ୍ଥଳର ପରିଦର୍ଶନ କରିବା ପରେ ଏନେଇ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
The post ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ appeared first on Dharitri Odia News.