ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦମଳ ଦିହ ସାହିରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ମୃତକଦ୍ୱୟ ହେଲେ ହେଲେ କ୍ରିଷ୍ଣାରାଣୀ ମଲ୍ଲିକ(୮) ଓ କୋଏଲ ମଲ୍ଲିକ(୭)। ସୂଚନାନୁଯାୟୀ, ଗୁରୁବାର ଦୁଇ ଭଉଣୀ ବାହାରେ ଖେଳୁଥିବା ବେଳେ କୌଣସି କାରଣରୁ ପୋଖରୀରେ ପଡ଼ି ଯାଇଥିଲେ। ପରିବାର ଲୋକେ ଦୁହିଁଙ୍କୁ ଉଦ୍ଧାର କରି ବାସୁଦେବପୁର […] The post ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ appeared first on Dharitri Odia News.

ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦମଳ ଦିହ ସାହିରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ମୃତକଦ୍ୱୟ ହେଲେ ହେଲେ କ୍ରିଷ୍ଣାରାଣୀ ମଲ୍ଲିକ(୮) ଓ କୋଏଲ ମଲ୍ଲିକ(୭)।

ସୂଚନାନୁଯାୟୀ, ଗୁରୁବାର ଦୁଇ ଭଉଣୀ ବାହାରେ ଖେଳୁଥିବା ବେଳେ କୌଣସି କାରଣରୁ ପୋଖରୀରେ ପଡ଼ି ଯାଇଥିଲେ। ପରିବାର ଲୋକେ ଦୁହିଁଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କଷିଆ ସାମୁଦ୍ରିକ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

The post ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ appeared first on Dharitri Odia News.