ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ପ୍ରୟାସ
ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା): ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଟୋଲିଂ ସେବାକୁ ସରଳ କରିବା ସହ କାର୍ଯ୍ୟର ଦକ୍ଷତା ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ ଇଣ୍ଡିଆନ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ (ଆଇଏଚ୍ଏମ୍ସିଏଲ୍), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ଜିଏନଏସ୍ଏସ୍ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଫାସଟ୍ୟାଗ୍ ଇକୋସିଷ୍ଟମ ମଧ୍ୟରେ ଏନଏଚଏଆଇ ଜିିଏନ୍ଏସ୍ଏସ୍ ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଲାଗୁ କରିବାକୁ ଯୋଜନା କରାଯାଉଛି। ପ୍ରଥମରେ ଉଭୟ ଆରଏଫଆଇଡି […] The post ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ପ୍ରୟାସ appeared first on Dharitri Odia News.
ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା): ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଟୋଲିଂ ସେବାକୁ ସରଳ କରିବା ସହ କାର୍ଯ୍ୟର ଦକ୍ଷତା ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ ଇଣ୍ଡିଆନ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ (ଆଇଏଚ୍ଏମ୍ସିଏଲ୍), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ଜିଏନଏସ୍ଏସ୍ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଫାସଟ୍ୟାଗ୍ ଇକୋସିଷ୍ଟମ ମଧ୍ୟରେ ଏନଏଚଏଆଇ ଜିିଏନ୍ଏସ୍ଏସ୍ ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଲାଗୁ କରିବାକୁ ଯୋଜନା କରାଯାଉଛି।
ପ୍ରଥମରେ ଉଭୟ ଆରଏଫଆଇଡି ଆଧାରିତ ଇଟିସି ଏବଂ ଜିଏନଏସ୍ଏସ୍ ଆଧାରିତ ଇଟିସି ଏକ ହାଇବ୍ରିଡ ମଡେଲ ବ୍ୟବହାର କରି ଏକାଠି କାର୍ଯ୍ୟ କରିବେ। ଜିଏନ୍ଏସ୍ଏସ୍ ଗାଡ଼ି ଟୋଲ ପ୍ଲାଜାରେ ଉପଲବ୍ଧ ହେବ। ଜିଏନ୍ଏସଏସ ଆଧାରିତ ଇଟିସି ବ୍ୟବହାର କରୁଥିବା ଯାନଗୁଡ଼ିକ ସହଜରେ ଟୋଲ ଦେଇ ପାରିବେ। ଏହି ପ୍ରକିୟା ସଫଳ ହେଲେ ସମସ୍ତ ଗାଡ଼ି ଜିଏନଏସ୍ଏସ୍ରେ ପରିଣତ ହେବ। ଭାରତରେ ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ (ଜିଏନ୍ଏସ୍ଏସ୍) ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ (ଇଟିସି)ର କାର୍ଯ୍ୟାନ୍ବୟନ ପାଇଁ ଏହା ଆଧାର ହୋଇପାରେ। ଏନେଇ ଆଗ୍ରହୀ କମ୍ପାନୀଗୁଡିକ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଜୁଲାଇ ୨୨ରେ ଟେଣ୍ଡର @ihmcl.comକୁ ପଠାଇବେ ବୋଲି ସୂଚନା ରହିଛି।
ଭାରତରେ ଜିଏନଏସ୍ଏସ୍ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହର ପ୍ରୟୋଗ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ସହଜ କରିବ। ରାଜପଥ ବ୍ୟବହାରକାରୀଙ୍କୁ ଅନେକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି। ଉପଭୋକ୍ତାମାନେ କେବଳ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଦୂରତା ପାଇଁ ଦେୟ ଦେଉଥିବାବେଳେ ଜିଏନ୍ଏନ୍ଏସ୍ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ମଧ୍ୟ ଟୋଲ ସଂଗ୍ରହରେ ଅଧିକ ଦକ୍ଷତା ଆଣିବ। ଏହ ଟିକସ ଫାଙ୍କି ପଳାଇଯାଉଥିବା ଗାଡିକୁ ଚିହ୍ନଟ କରିବାରେ ସହାୟକ ହେବ।
The post ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ପ୍ରୟାସ appeared first on Dharitri Odia News.