ସାଥିକୁ ଖୋଜିବାକୁ ୨୦୦ କିଲୋମିଟର ଯାତ୍ରା କଲା ବାଘ, ୧୦ ବର୍ଷ ପୂର୍ବେ ହୋଇଥିଲା ବିଚ୍ଛେଦ

ନୂଆଦିଲ୍ଲୀ: କିଛି ଦିନ ତଳେ ଏକ ତିମି ଭଲ ପାର୍ଟନର ସନ୍ଧାନରେ ତିନି ସମୁଦ୍ର ଡେଇଁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ଏବେ ପୁଣି ସେହିଭଳି ଏକ ଖବର ସାମନାକୁ ଆସିଛି । ରୁଷ ଜଙ୍ଗଲରୁ ଗୋଟିଏ ସାଇବେରିଆ ବାଘ ନିଜ ପୂର୍ବ ସାଥିକୁ ଭେଟିବା ପାଇଁ ପ୍ରାୟ 200 କିଲୋମିଟର ଯାତ୍ରା କରିଛି । ପୁରୁଷ ବାଘଟି ତିନି ବର୍ଷରେ ଏହି ଯାତ୍ରା କରିଛି । ବାଘର ଏହି ଯାତ୍ରାରେ ବନ୍ୟଜନ୍ତୁ ସଂରକ୍ଷଣ ଏକ ନୂଆ ସମ୍ଭବାନାକୁ ଦେଖିଛନ୍ତି । ସାଇବେରିଆ ବାଘ ସଂଖ୍ୟା ବଢାଇବା ଉଦ୍ଦେଶ୍ୟରେ ବାଘ ଏବଂ ବାଘୁଣୀକୁ ଅଲଗା ଅଲଗା ସ୍ଥାନରେ ରଖାଯାଇଥିଲା । କିନ୍ତୁ ଦୁହେଁ ପରସ୍ପରକୁ ଛାଡ଼ି ରହିପାରିଲେ ନାହିଁ । ବାଘ ନିଜ ସାଥୀକୁ ଭେଟିବା ପାଇଁ ଆରମ୍ଭ କରିଥିବା ଯାତ୍ରା ତିନି ବର୍ଷ ପରେ ସଫଳ ହୋଇଛି ।ବାଘ-ବାଘୁଣୀର ଏହି କାହାଣୀ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ସିଖୋଟ-ଏଲିନ୍ ପାହାଡରୁ ଦୁଇ ଶାବକକୁ ଉଦ୍ଧାର କରାଯାଇଥିଲା । ବନ୍ୟଜନ୍ତୁ ସଂରକ୍ଷକ ଦୁହିଁଙ୍କ ନାଁ ବୋରିସ ଏବଂ ଶ୍ୱେତଲାୟା ରଖିଥିଲେ । କିଛି ମାସ ଯାଏ ଏକାସଙ୍ଗରେ ଦୁହିଁଙ୍କ ଲାଳନ ପାଳନ କରାଯାଇଥିଲା । ପରେ ସେମାନଙ୍କୁ ପ୍ରାକୃତିକ ଆବାସରେ ଛାଡ଼ିବା ପାଇଁ ଯୋଜନା କରାଯାଇଥିଲା । ନ୍ୟୁୟର୍କ ଟାଇମ୍ସର ପିପୋର୍ଟ ଅନୁସାରେ ୨୦୧୪ରେ ଦୁହିଁଙ୍କୁ ଅମୁର କ୍ଷେତ୍ରରେ ଅଲଗା ଅଲଗା ସ୍ଥାନକୁ ପଠାଯାଇଥିଲା । ଦୁହିଁଙ୍କ ମଧ୍ୟରେ ଦୂରତା ପ୍ରାୟ ୨୦୦ କିଲୋମିଟର ଥିଲା ।If Humans Can Go M

ସାଥିକୁ ଖୋଜିବାକୁ ୨୦୦ କିଲୋମିଟର ଯାତ୍ରା କଲା ବାଘ, ୧୦ ବର୍ଷ ପୂର୍ବେ ହୋଇଥିଲା ବିଚ୍ଛେଦ

ନୂଆଦିଲ୍ଲୀ: କିଛି ଦିନ ତଳେ ଏକ ତିମି ଭଲ ପାର୍ଟନର ସନ୍ଧାନରେ ତିନି ସମୁଦ୍ର ଡେଇଁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ଏବେ ପୁଣି ସେହିଭଳି ଏକ ଖବର ସାମନାକୁ ଆସିଛି । ରୁଷ ଜଙ୍ଗଲରୁ ଗୋଟିଏ ସାଇବେରିଆ ବାଘ ନିଜ ପୂର୍ବ ସାଥିକୁ ଭେଟିବା ପାଇଁ ପ୍ରାୟ 200 କିଲୋମିଟର ଯାତ୍ରା କରିଛି । ପୁରୁଷ ବାଘଟି ତିନି ବର୍ଷରେ ଏହି ଯାତ୍ରା କରିଛି । ବାଘର ଏହି ଯାତ୍ରାରେ ବନ୍ୟଜନ୍ତୁ ସଂରକ୍ଷଣ ଏକ ନୂଆ ସମ୍ଭବାନାକୁ ଦେଖିଛନ୍ତି । ସାଇବେରିଆ ବାଘ ସଂଖ୍ୟା ବଢାଇବା ଉଦ୍ଦେଶ୍ୟରେ ବାଘ ଏବଂ ବାଘୁଣୀକୁ ଅଲଗା ଅଲଗା ସ୍ଥାନରେ ରଖାଯାଇଥିଲା । କିନ୍ତୁ ଦୁହେଁ ପରସ୍ପରକୁ ଛାଡ଼ି ରହିପାରିଲେ ନାହିଁ । ବାଘ ନିଜ ସାଥୀକୁ ଭେଟିବା ପାଇଁ ଆରମ୍ଭ କରିଥିବା ଯାତ୍ରା ତିନି ବର୍ଷ ପରେ ସଫଳ ହୋଇଛି ।

ବାଘ-ବାଘୁଣୀର ଏହି କାହାଣୀ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ସିଖୋଟ-ଏଲିନ୍ ପାହାଡରୁ ଦୁଇ ଶାବକକୁ ଉଦ୍ଧାର କରାଯାଇଥିଲା । ବନ୍ୟଜନ୍ତୁ ସଂରକ୍ଷକ ଦୁହିଁଙ୍କ ନାଁ ବୋରିସ ଏବଂ ଶ୍ୱେତଲାୟା ରଖିଥିଲେ । କିଛି ମାସ ଯାଏ ଏକାସଙ୍ଗରେ ଦୁହିଁଙ୍କ ଲାଳନ ପାଳନ କରାଯାଇଥିଲା । ପରେ ସେମାନଙ୍କୁ ପ୍ରାକୃତିକ ଆବାସରେ ଛାଡ଼ିବା ପାଇଁ ଯୋଜନା କରାଯାଇଥିଲା । ନ୍ୟୁୟର୍କ ଟାଇମ୍ସର ପିପୋର୍ଟ ଅନୁସାରେ ୨୦୧୪ରେ ଦୁହିଁଙ୍କୁ ଅମୁର କ୍ଷେତ୍ରରେ ଅଲଗା ଅଲଗା ସ୍ଥାନକୁ ପଠାଯାଇଥିଲା । ଦୁହିଁଙ୍କ ମଧ୍ୟରେ ଦୂରତା ପ୍ରାୟ ୨୦୦ କିଲୋମିଟର ଥିଲା ।

କିଛି ଦିନ ଅଲଗା ରହିବା ପରେ ବୋରିସର ବ୍ୟବହାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସାଇବେରିଆ ବାଘ ଗୋଟିଏ ସ୍ଥାନରେ ରୁହନ୍ତି ଏବଂ ଅଧିକ ଦୂର ଯାତ୍ରା କରନ୍ତି ନାହିଁ । କିନ୍ତୁ ନିଜ ସ୍ୱଭାବର ବିପରୀତରେ ବୋରିସ ଯାତ୍ରା ଆରମ୍ଭ କରିଥିଲା । ତିନି ବର୍ଷ ଭିତରେ ଗୋଟିଏ ଦେଶରେ ହିଁ ଯାତ୍ରା କରି ଶ୍ୱେତଲାୟା ନିକଟରେ ପହଞ୍ଚିବାରେ ସଫଳ ହୋଇଛି । ଏହି ଯୋଡ଼ି ପୁଣି ଥରେ ଏକ ହୋଇଛି । ବନ୍ୟଜନ୍ତୁ ସଂରକ୍ଷଣକାରୀ ଟିମ୍ ଦୁହିଁଙ୍କୁ ଏକାସଙ୍ଗରେ ରଖିବା ପାଇଁ ନିଷ୍ପତ୍ତି ନେଇଛି ।