ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ଦୁଇଦିନ ତଳେ ସାନିଆ […] The post ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ appeared first on Dharitri Odia News.

ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ଦୁଇଦିନ ତଳେ ସାନିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ପତ୍ର ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା  ଉଭୟ ଛାଡ଼ପତ୍ର ଏବଂ ବିବାହ କଷ୍ଟସାଧ୍ୟ ନିଷ୍ପତ୍ତି ଅଟେ। ମାତ୍ର ଆଜି ଶୋଏବ ଏକଥାକୁ ସ୍ପଷ୍ଟ କରିଦେଇଛନ୍ତି।

What About Sania Mirza?": Fans Left Stunned As Shoaib Malik Announces Marriage With Actress Sana Javed

ଜାନୁଆରୀ ୨୦ ଅର୍ଥାତ୍‌ ଶନିବାର ତାଙ୍କର ଦ୍ୱିତୀୟ ବିବାହର ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ସାନିଆଙ୍କଠାରୁ ଅଲଗା ହେବାର ଖବର ଖୋଲାଖୋଲି ଭାବେ ବାହାରକୁ ଆସି ନ ଥିଲା। କିନ୍ତୁ ଶୋଏବ ଏହି ଫଟୋଗୁଡ଼ିକୁ ଶେୟାର କରି ସମସ୍ତଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ଶେୟାର କରିଛନ୍ତି।

Shoaib Malik marries Pak actress Sana Javed, his second wife after Sania Mirza - Get Latest News Update in Kolkata, India

କହିରଖୁଛୁ, ବିବାହର ୧୪ ବର୍ଷ ପରେ ଦୁହେଁ ଅଲଗା ହୋଇଛନ୍ତି। ବିବାହ ପୂର୍ବରୁ ଏହି ବିଷୟରେ ଅନେକ ବିବାଦ ଦେଖାଦେଇଥିଲା। ସାନିଆ ଭାରତୀୟକୁ ଶୋଏବ ପାକିସ୍ତାନୀ। ସାନିଆ ଏବଂ ଶୋଏବ ୨୦୦୪-୦୫ରେ ସାକ୍ଷାତ ହୋଇଥିଲେ। ଏହି ସମୟ ମଧ୍ୟରେ ଅଧିକ କଥାବାର୍ତ୍ତା ହୋଇ ନ ଥିଲା। ଏହା ପରେ ଦୁହେଁ ୨୦୦୯-୧୦ରେ ଅଷ୍ଟ୍ରେଲିଆର ହୋବାର୍ଟରେ ଭେଟିଥିଲେ। ସାନିଆ ଟେନିସ୍‌ ଖେଳିବାକୁ ଆସିଥିଲେ। ପାକିସ୍ତାନ କ୍ରିକେଟ ଦଳ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। ଏଠାରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ସାକ୍ଷାତ ହୋଇଥିଲା।

शोएब मलिक नहीं, सानिया मिर्ज़ा ने ही तोड़ा रिश्ता... 'खुला' अधिकार के तहत खत्म की थी शादी; इमरान मिर्ज़ा का खुलासा

ସାନିଆ ଏବଂ ଶୋଏବ ପ୍ରାୟ ୫ ମାସ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୦ରେ ସାନିଆ ଏବଂ ଶୋଏବ ବିବାହ କରିଥିଲେ। ସମସ୍ତ ବିବାହ ରୀତିନୀତି ହାଇଦ୍ରାବାଦରେ ହୋଇଥିଲା। ଏହା ପରେ ଲାହୋରରେ ଏକ ରିସେପ୍ସନ ଅନୁଷ୍ଠିତ ହୋଇଥିଲା। ବିବାହର ପ୍ରାୟ ୮ ବର୍ଷ ପରେ ପୁଅ ଇଜାନ ଜନ୍ମ ହୋଇଥିଲେ।

Love across borders: The untold saga of Sania Mirza-Shoaib Malik love story

ସୂଚନା ଥାଉକି, ଶୋଏବ ସାନିଆଙ୍କ ନାମକୁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବାୟୋରୁ ହଟାଇ ଦେଇଛନ୍ତି। ନିକଟରେ ସାନିଆ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଥିଲେ। ଏଥିରେ ଲେଖାଥିଲା, ‘ବିବାହ କଷ୍ଟସାଧ୍ୟ, ଛାଡ଼ପତ୍ର କଷ୍ଟସାଧ୍ୟ, ନିଜର ଅସୁବିଧା ନିଜେ ଚୟନ କର।’

The post ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ appeared first on Dharitri Odia News.