ସାମ୍ନାକୁ ଆସିଲା ବାଘ ଛାଲ ରାକେଟରେ ଡାକ୍ତର ଲିଙ୍କ୍: ଗିରଫ ହେଲେ ଭଦ୍ରକର ଡାକ୍ତର ମହେଶ୍ୱର ଦାସ

କନକ ବ୍ୟୁରୋ: ପେଶା ଡାକ୍ତର, ନିଶା ବାଘ ଛାଲ କାରବାର । ବାଘଛାଲ ଜବତ ଘଟଣାରେ ସାମ୍ନାକୁ ଆସିଛି ଡାକ୍ତରଙ୍କ ଲିଙ୍କ୍ । ସୋର ଅଞ୍ଚଳରୁ ପୂର୍ବରୁ ବାଘ ଛାଲ ଜବତ ମାମଲାରେ ୧୧ ଜଣ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଡାକ୍ତର ମହେଶ୍ବର ଦାସଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ପାଇଥିଲା ବନବିଭାଗ । ଗିରଫ ଅଭିଯୁକ୍ତଙ୍କ ସହ ଡାକ୍ତରଙ୍କ ଆର୍ଥିକ କାରବାରର ପ୍ରମାଣ ରହିଛି । ତେଣୁ ଭଦ୍ରକରୁ ଡାକ୍ତରଙ୍କୁ ଗିରଫ କରାଯାଇଛି । ପେଶାରେ ଡାକ୍ତର ଥିବା ମହେଶ୍ବର ଭଦ୍ରକର ଚରମ୍ପା ଅଞ୍ଚଳର । ଭଦ୍ରକରେ ମହେଶ୍ବରଙ୍କ ଏକ ନର୍ସିଂହୋମ ରହିଥିବା ଜଣାପଡିଛି ।