ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ମନ୍ତ୍ରୀ

ପୁଣେ,୨୮।୨: ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାକୁ ଟାର୍ଗେଟ୍‌ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଗୋଟିଏ ଆସନ ଜିତିବାକୁ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ଠାକରେ ଏକ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରରେ ପରାଜୟକୁ ଭୟ କରୁଛନ୍ତି, ସେଥିପାଇଁ ସେ ବାରମ୍ବାର ମହାରାଷ୍ଟ୍ର ଗସ୍ତ କରୁଛନ୍ତି। ଉଦ୍ଧବଙ୍କ ଏହି ବିବୃତ୍ତିର ପ୍ରତିକ୍ରିୟାରେ ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ମହାରାଷ୍ଟ୍ରକୁ ଆସୁନାହାଁନ୍ତି, ବରଂ ଆଜି […] The post ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ମନ୍ତ୍ରୀ appeared first on Dharitri Odia News.

ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ମନ୍ତ୍ରୀ

ପୁଣେ,୨୮।୨: ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାକୁ ଟାର୍ଗେଟ୍‌ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଗୋଟିଏ ଆସନ ଜିତିବାକୁ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।
ଉଦ୍ଧବ ଠାକରେ ଏକ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରରେ ପରାଜୟକୁ ଭୟ କରୁଛନ୍ତି, ସେଥିପାଇଁ ସେ ବାରମ୍ବାର ମହାରାଷ୍ଟ୍ର ଗସ୍ତ କରୁଛନ୍ତି। ଉଦ୍ଧବଙ୍କ ଏହି ବିବୃତ୍ତିର ପ୍ରତିକ୍ରିୟାରେ ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ମହାରାଷ୍ଟ୍ରକୁ ଆସୁନାହାଁନ୍ତି, ବରଂ ଆଜି ମଧ୍ୟ ସେ ତିନୋଟି ରାଜ୍ୟ ଗସ୍ତ କରିବେ। ମୂର୍ଖ ଲୋକମାନେ ବିଶ୍ୱାସ କରିପାରିବେ।
ଗିରିଶ ମହାଜନ ଆହୁରି କହିଛନ୍ତି, ମୁଁ ତାଙ୍କୁ (ଉଦ୍ଧବ ଠାକରେ) ଗୋଟିଏ ଲୋକ ସଭା ଆସନ ଜିତି ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ଆମେ ୪୦୦ରୁ ଅଧିକ ଲୋକସଭା ଆସନ ଜିତିବାର ସ୍ଲୋଗାନ ଦେଇଛୁ। ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ। ବାରାମତିି ଲୋକ ସଭା ଆସନରୁ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଜିତିବା ପାଇଁ ମୁଁ ଶରଦ ପାୱାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରୁଛି। ସେ ତାଙ୍କ ଝିଅ ଆସନ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍‌।

The post ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ମନ୍ତ୍ରୀ appeared first on Dharitri Odia News.