ସିଆର୍ପିଏଫ କ୍ୟାମ୍ପରୁ ମିଳିଲା ଯବାନଙ୍କ ମୃତଦେହ
ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପରୁ ରବିବାର ସକାଳ ଜଣେ ସିଆରପିଏଫ ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯବାନଙ୍କ ନାମ ଅର୍ଜୁନ ଚରଣ ନାୟକ(୫୮)। ତାଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି। ମୃତ ଅର୍ଜୁନ ୬୪ ସିଆରପିଏଫ ରେ ସବଇନ୍ସପେକ୍ଟର(ଏସ୍ଆଇ)ଭାବେ କାର୍ଯ୍ୟରତ ଥିଲେ। ଗତ ଦୁଇ ବର୍ଷ ହେଲା ସେ ଭବାନୀପାଟଣା ବଜାରପଡ଼ାରେ ଥିବା ୬୪ ବାଟାଲିୟନ ସିଆର୍ପିଏଫ କ୍ୟାମ୍ପରେ ସବ୍ଇନ୍ସପେକ୍ଟର(ସିଗନାଲ) ଦାୟିତ୍ୱରେ […] The post ସିଆର୍ପିଏଫ କ୍ୟାମ୍ପରୁ ମିଳିଲା ଯବାନଙ୍କ ମୃତଦେହ appeared first on Dharitri Odia News.
ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପରୁ ରବିବାର ସକାଳ ଜଣେ ସିଆରପିଏଫ ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯବାନଙ୍କ ନାମ ଅର୍ଜୁନ ଚରଣ ନାୟକ(୫୮)। ତାଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି।
ମୃତ ଅର୍ଜୁନ ୬୪ ସିଆରପିଏଫ ରେ ସବଇନ୍ସପେକ୍ଟର(ଏସ୍ଆଇ)ଭାବେ କାର୍ଯ୍ୟରତ ଥିଲେ। ଗତ ଦୁଇ ବର୍ଷ ହେଲା ସେ ଭବାନୀପାଟଣା ବଜାରପଡ଼ାରେ ଥିବା ୬୪ ବାଟାଲିୟନ ସିଆର୍ପିଏଫ କ୍ୟାମ୍ପରେ ସବ୍ଇନ୍ସପେକ୍ଟର(ସିଗନାଲ) ଦାୟିତ୍ୱରେ କାର୍ଯ୍ୟରତ ଥିଲେ। ଶନିବାର ରାତିରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ହେଲେ ରବିବାର ସକାଳେ ସମସ୍ତ ଯବାନ କାର୍ଯ୍ୟରେ ବାହାରକୁ ବାହାରୁଥିବା ବେଳେ ଛାତ ଉପରକୁ ଯିବା ସିଢିରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୪) ରୁଜୁ ହୋଇଛି।
ଅନ୍ୟପକ୍ଷରେ ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ହେଲେ ଯବାନ ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଟାଉନ ଥାନା ଆଇଆଇସି ଯଶୋବନ୍ତ ହିଆଲ ପ୍ରକାଶ କରିଛନ୍ତି।
The post ସିଆର୍ପିଏଫ କ୍ୟାମ୍ପରୁ ମିଳିଲା ଯବାନଙ୍କ ମୃତଦେହ appeared first on Dharitri Odia News.