ସିଇସି, ଇସି ନିଯୁକ୍ତି ବିରୋଧୀ ଆବେଦନର ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ,୨୦ା୨(ପିଟି): ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ଙ୍କୁ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନ ବିରୋଧରେ ଦାଖଲ ଏକାଧିକ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି। ହୋଲି ଛୁଟି ପରେ ଏନେଇ ଶୁଣାଣି କରାଯିବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଏନ୍. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଲିକାଭୁକ୍ତ କରିଛନ୍ତି। ମାର୍ଚ୍ଚ ୧୯ରେ ଏହା ଉପରେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ଉଲ୍ଲେଖ କରାଯାଇଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ […] The post ସିଇସି, ଇସି ନିଯୁକ୍ତି ବିରୋଧୀ ଆବେଦନର ଶୁଣାଣି ସ୍ଥଗିତ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୨(ପିଟି): ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ଙ୍କୁ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନ ବିରୋଧରେ ଦାଖଲ ଏକାଧିକ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି। ହୋଲି ଛୁଟି ପରେ ଏନେଇ ଶୁଣାଣି କରାଯିବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଏନ୍. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଲିକାଭୁକ୍ତ କରିଛନ୍ତି। ମାର୍ଚ୍ଚ ୧୯ରେ ଏହା ଉପରେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ଉଲ୍ଲେଖ କରାଯାଇଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ର ଏହି ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍ଜିଓ ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ଏହାର ଜରୁରୀ ଶୁଣାଣି କରାଯାଉ ବୋଲି ସେ ନିବେଦନ କରିଥିଲେ। ସିଇସି ଏବଂ ଇସି ନିଯୁକ୍ତି କ୍ଷେତ୍ରରେ ୨୦୨୩ରେ ସାମ୍ବିଧାନିକ ପୀଠ ଦେଇଥିବା ରାୟର ଅନୁପାଳନ କରି ଏ ସମ୍ପର୍କିତ ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପରିବର୍ତ୍ତେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରଖାଯିବା ଉପରେ ପ୍ରଶାନ୍ତ ଭୂଷଣ ଆଇନଗତ ପ୍ରଶ୍ନ ଉଠାଇଥିଲେ। ତେବେ ଅପରାହ୍ନ ୩ଟାରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଏହାର ଶୁଣାଣି ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯିବାର ଆବଶ୍ୟକତା ଥିବାରୁ ହୋଲି ଛୁଟି ପରେ ବିଚାର କରାଯିବ।
ଅନ୍ୟପକ୍ଷେ ଫେବୃଆରୀ ୧୭ରେ କେନ୍ଦ୍ର ସରକାର ଇସି ଜ୍ଞାନେଶ କୁମାରଙ୍କୁ ପରବର୍ତ୍ତୀ ସିଇସି ନିଯୁକ୍ତ କରିଥିଲେ। ଜ୍ଞାନେଶ ବୁଧବାର ନିଜ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଆଇନ ଅଧୀନରେ ସିଇସି ନିଯୁକ୍ତ ହେବାରେ ଜ୍ଞାନେଶ ହେଉଛନ୍ତି ପ୍ରଥମ, ଯାହାଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ରେ ଶେଷ ହେବ। ଏପରି କି ୨୦୨୯ ଲୋକ ସଭା ନିର୍ବାଚନ ମଧ୍ୟ ତାଙ୍କ ତତ୍ତ୍ୱାବଧାନରେ ହୋଇପାରେ। ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡରର ଆଇଏଏସ୍ ଅଫିସର ବିବେକ ଜୋଷୀଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି। ସୁପ୍ରିମକୋର୍ଟ ଏହି ନିଯୁକ୍ତି ସମ୍ପର୍କିତ ଆବେଦନର ଶୁଣାଣି କରିବାକୁ ପୂର୍ବରୁ ସ୍ଥିର ହୋଇଥିବାବେଳେ ସରକାର ଏହା ପୂର୍ବରୁ ଜ୍ଞାନେଶଙ୍କୁ ନିଯୁକ୍ତି ଦେଇଥିବାରୁ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ସମାଲୋଚନା କରିଛନ୍ତି। ସେପଟେ ଟିଏମ୍ସିର କ୍ରିଷ୍ଣାନଗର ଏମ୍ପି ମହୁଆ ମୋଇତ୍ର ୨୦୨୩ର ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇନଜୀବୀ ତଲ୍ହା ଅବ୍ଦୁଲ ରହମାନ୍ଙ୍କ ଜରିଆରେ ସେ ନିଜ ପିଟିଶନ ଦାଖଲ କରିଛନ୍ତି। ଭାରତରେ ନିର୍ବାଚନୀ ପ୍ରକ୍ରିୟାର ସ୍ବଚ୍ଛତାକୁ ଏହା ପ୍ରଭାବିତ କରୁଥିବାରୁ ସିଇସି ଏବଂ ଇସିଙ୍କ ନିଯୁକ୍ତି ସମ୍ପର୍କିତ ଆଇନର ସମୀକ୍ଷା କରାଯାଉ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।
The post ସିଇସି, ଇସି ନିଯୁକ୍ତି ବିରୋଧୀ ଆବେଦନର ଶୁଣାଣି ସ୍ଥଗିତ appeared first on Dharitri Odia News.