ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ପିଟିଶନଗୁଡ଼ିକର ଶୁଣାଣିରୁ ସିଜେଆଇ ସଞ୍ଜୀବ ଖାନ୍ନା ମଙ୍ଗଳବାର ଓହରିଯାଇଛନ୍ତି। ଏବେ ସେ ସିଜେଆଇ ହୋଇଥିବାରୁ ଏହି ଆବେଦନଗୁଡ଼ିକର ଶୁଣାଣି କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଖାନ୍ନା ପିଆଇଏଲ୍‌ ଆବେଦନକାରୀଙ୍କ ଓକିଲାମାନଙ୍କୁ କହିଥିଲେ। ଏବେ ଉକ୍ତ ମାମଲା ଅନ୍ୟ ଖଣ୍ଡପୀଠରେ ଶୁଣାଣି […] The post ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ appeared first on Dharitri Odia News.

ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ପିଟିଶନଗୁଡ଼ିକର ଶୁଣାଣିରୁ ସିଜେଆଇ ସଞ୍ଜୀବ ଖାନ୍ନା ମଙ୍ଗଳବାର ଓହରିଯାଇଛନ୍ତି। ଏବେ ସେ ସିଜେଆଇ ହୋଇଥିବାରୁ ଏହି ଆବେଦନଗୁଡ଼ିକର ଶୁଣାଣି କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଖାନ୍ନା ପିଆଇଏଲ୍‌ ଆବେଦନକାରୀଙ୍କ ଓକିଲାମାନଙ୍କୁ କହିଥିଲେ। ଏବେ ଉକ୍ତ ମାମଲା ଅନ୍ୟ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ। ଜନସ୍ବାର୍ଥ ମାମଲାଗୁଡ଼ିକ ଉପରେ ଠିକ୍‌ ସମୟରେ ଜବାବ ଦାଖଲ କରିବାକୁ ସେ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସିଇସି ଏବଂ ଇସି ଚୟନ ପାଇଁ ଗଠିତ କମିଟିରୁ ସିଜେଆଇଙ୍କୁ ବାଦ୍‌ ଦେଇଥିବା ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ଆଇନ, ୨୦୨୩ର ଧାରା ୭ର ବୈଧତାକୁ ଏନ୍‌ଜିଓ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଚ୍ୟାଲେଞ୍ଜ କରିବା ସହ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ନିବେଦନ କରିଥିଲେ।

The post ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ appeared first on Dharitri Odia News.