‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ
ଚେନ୍ନାଇ, ୧୨।୧୨:ମଣଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ)କୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତାମିଲନାଡ଼ୁର ମହେନ୍ଦ୍ରଗିରୀସ୍ଥିତ ପ୍ରପଲ୍ସନ କମ୍ପଲେକ୍ସରୁ ଇସ୍ରୋ ବହୁ ପ୍ରତୀକ୍ଷିତ ସ୍ବେଦେଶୀ ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ସି ଲେଭଲ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ ଇଞ୍ଜିନକୁ ରିଷ୍ଟାର୍ଟ କରିବା ପାଇଁ ଜରୁରୀ ମଲ୍ଟି-ଏଲିମେଣ୍ଟ ଇଗ୍ନାଇଟରର କାର୍ଯ୍ୟଦକ୍ଷତାକୁ ମଧ୍ୟ ପରୀକ୍ଷା କରାଯାଇଥିଲା। ସ୍ବଦେଶୀ ଭାବରେ ବିକଶିତ ହୋଇଥିବା ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନକୁ ଇସ୍ରୋର ଲିକ୍ୟୁଡ୍ ପ୍ରପଲସନ ସିଷ୍ଟମ ସେଣ୍ଟର ପ୍ରସ୍ତୁତ କରିଛି। ‘ସିଇ୨୦’ […] The post ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ appeared first on Dharitri Odia News.
ଚେନ୍ନାଇ, ୧୨।୧୨:ମଣଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ)କୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତାମିଲନାଡ଼ୁର ମହେନ୍ଦ୍ରଗିରୀସ୍ଥିତ ପ୍ରପଲ୍ସନ କମ୍ପଲେକ୍ସରୁ ଇସ୍ରୋ ବହୁ ପ୍ରତୀକ୍ଷିତ ସ୍ବେଦେଶୀ ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ସି ଲେଭଲ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ ଇଞ୍ଜିନକୁ ରିଷ୍ଟାର୍ଟ କରିବା ପାଇଁ ଜରୁରୀ ମଲ୍ଟି-ଏଲିମେଣ୍ଟ ଇଗ୍ନାଇଟରର କାର୍ଯ୍ୟଦକ୍ଷତାକୁ ମଧ୍ୟ ପରୀକ୍ଷା କରାଯାଇଥିଲା।
ସ୍ବଦେଶୀ ଭାବରେ ବିକଶିତ ହୋଇଥିବା ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନକୁ ଇସ୍ରୋର ଲିକ୍ୟୁଡ୍ ପ୍ରପଲସନ ସିଷ୍ଟମ ସେଣ୍ଟର ପ୍ରସ୍ତୁତ କରିଛି। ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନ ଇସ୍ରୋର ଏଲ୍ଭିଏମ୍-୩ ଲଞ୍ଚିଂ ଯାନର ଉପର ପର୍ଯ୍ୟାୟକୁ ଶକ୍ତି ପ୍ରଦାନ କରିଥାଏ। ଏହି ଇଞ୍ଜିନ ସହ ଗଗନଯାନ ମିଶନର ମଧ୍ୟ ଲଞ୍ଚିଂ କରାଯିବ। ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ବ୍ୟବହାର ପରେ ଭାରି ସାଟେଲାଇଟଗୁଡ଼ିକୁ ପରୀକ୍ଷଣ କରିବା ପାଇଁ ଭାରତକୁ ଆଉ ଅନ୍ୟ ଦେଶମାନଙ୍କର ସହାୟତା ଆବଶ୍ୟକ ପଡ଼ିବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।
The post ‘ସିଇ୨୦’ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ appeared first on Dharitri Odia News.